ଭୁବନେଶ୍ୱର : ନନ୍ଦନକାନନ ଥାନା ରଘୁନାଥପୁରରେ ମଙ୍ଗଳବାର ମୋ ବସ୍ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ ଘଟଣାରେ କ୍ରୁଟ୍ ପକ୍ଷରୁ କ୍ଷତିପୂରଣ ଦିଆଯାଇଛି। କ୍ରୁଟ୍ ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ ପରେ ରାସ୍ତାରୋକ ହଟିଛି। ଚାଳକଙ୍କ ଭୁଲ୍ ପାଇଁ ଦୁର୍ଘଟଣା ଘଟିଥିବା ନେଇ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି।
ସୂଚନା ଯୋଗ୍ୟ, ରଘୁନାଥପୁରରେ ମୋ ବସ ଧକ୍କାରେ ଜଣେ ୧୨ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଝିଅଟି ସାଇକଲରେ ଯାଉଥିବାବେଳେ ମୋ ବସ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା।ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୩ଟି ମୋ ବସକୁ ସ୍ଥାନୀୟ ଲୋକେ ଅଟକ ରଖିବା ସହ ରାସ୍ତାରେ ବାଉଁଶ ପକାଇ ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ କରାଯିବା ଦ୍ୱାରା ବହୁ ଯାନବାହନ ଅଟକି ରହିଥିଲା।
ଭୋଜି ନିଅଣ୍ଟ ହେଲା ବୋଲି ବରପକ୍ଷ ଭାଙ୍ଗିଲେ ବିବାହ, ପୁଲିସ କଲା ଏମିତି..



