www.samajalive.in
Monday, December 15, 2025
27.1 C
Bhubaneswar

ନିଖୋଜ ଦୁଇ ଛାତ୍ରଙ୍କୁ ଉଦ୍ଧାର କଲା ପୁଲିସ 

ପିପିଲି : ପିପିଲି ଥାନା ଅନ୍ତର୍ଗତ କମଳସାଗରପାଟଣା ଗ୍ରାମର ନିଖୋଜ ଦୁଇ ଜଣ ସ୍କୁଲ ଛାତ୍ରଙ୍କୁ ପିପିଲି ପୁଲିସ ଆଜି ଖୋର୍ଦ୍ଧା ଜିଲା ଜାଆଁଳା ନିକଟରୁ ଉଦ୍ଧାର କରିବାରେ ସଫଳ ହୋଇଛି । ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଦୁଇ ଛାତ୍ର ଗତ ୧୧ ତାରିଖ ସକାଳେ ସ୍କୁଲ ଯିବା ନାମରେ ଗୋଟିଏ ସାଇକେଲ୍‌ରେ ଘରୁ ବାହାରିଥିଲେ । ତେବେ ସଂନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଘରକୁ ଫେରିନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ସେମାନଙ୍କ ସନ୍ଧାନ ନପାଇବାରୁ ଏସଂପର୍କରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ । ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ନେତୃତ୍ୱରେ ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ ପ୍ରମୁଖଙ୍କୁ ନେଇ ଗଠିତ ଦୁଇଟି ପୁଲିସ ଟିମ୍‍ ୧୧ ତାରିଖ ସଂନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଥିଲେ ।  ଖୋର୍ଦ୍ଧା ଜିଲା ଜାଆଁଳା ନିକଟରେ ନିଖୋଜ ଦୁଇ ସ୍କୁଲ ଛାତ୍ର ଥିବା ସଂପର୍କରେ ଆଜି ସକାଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ପୁଲିସ ସେଠାରେ ପହଞ୍ଚି ଦୁଇଛାତ୍ରଙ୍କୁ ଉଦ୍ଧାର କରିଥିଲା । ପରେ ପୁଲିସ ସେମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଥିଲା ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories