www.samajalive.in
Saturday, December 6, 2025
23.1 C
Bhubaneswar

କୋର୍ଟରେ ପହଞ୍ଚିଲା ହ୍ବାଟ୍ସଆପ୍‌ର ନୂଆ ଗୋପନୀୟତା ନୀତି; ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି

ନୂଆଦିଲ୍ଲୀ: ସୋସିଆଲ ମିଡିଆ ହ୍ବାଟ୍ସଆପ୍‌ର ନୂଆ ଗୋପନୀୟତା ନୀତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଆବେଦନକାରୀ ଏକ ପିଟିଶନ ଦାୟର କରି ତୁରନ୍ତ ହ୍ବାଟ୍ସଆପ ଏହାର ନୂଆ ନୀତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ହ୍ବାଟ୍ସଆପ୍‌ ଏହାର ବ୍ୟବହାରକାରୀଙ୍କ ତଥ୍ୟକୁ ଫେସବୁକ ସହିତ ଶେୟାର କରିବା ନେଇ ସୂଚନା ଦେବା ପରେ ଅନେକ ଦେଶ ଏବଂ ଉଦ୍ୟୋଗ ଜଗତରେ ଏହାକୁ ନେଇ ଆଲୋଚନା ଜୋର ଧରିଛି। ପେଟିଏମ ସମେତ ଅନେକ ବଡ଼ କମ୍ପାନୀ ଏହି ନୀତିକୁ ସମାଲୋଚନା କରିଛନ୍ତି। ଅନେକ ଲୋକ ଟେଲିଗ୍ରାମ ଏବଂ ସିଗ୍‌ନାଲ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି।

- Advertisement -

ହ୍ବାଟ୍ସଆପ ନିଜର ନୂଆ ଗୋପନୀୟତା ନୀତିକୁ ନେଇ ପ୍ରଥମ ଥର ଲାଗି ନିଜ ବ୍ୟବହାରକାରୀଙ୍କୁ ନୋଟିପିକେଶନ ପଠାଇଥିଲା। କିନ୍ତୁ ନୂଆ ନୀତି କମ୍ପାନୀ ପାଇଁ ବଡ଼ ସମସ୍ୟା ପାଲଟିଯାଇଛି। ହ୍ବାଟ୍ସଆପର ନୂଆ ନୀତି ଜାରି ହେବାର ୭ ଦିନ ମଧ୍ୟରେ ଭାରତରେ ଏହାର ଡାଉନଲୋଡ୍‌ ୩୫ ପ୍ରତିଶ୍ରତ ହ୍ରାସ ପାଇଛି। ଏହାବ୍ୟତୀତ ୪୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ସିଗ୍‌ନାଲ ଏବଂ ଟେଲିଗ୍ରାମ ଆପ୍‌ ଡାଉନଲୋଡ୍‌ କରିଛନ୍ତି। ସେଥିରୁ ୨୪ ଲକ୍ଷ ବ୍ୟବହାରକାରୀ ସିଗ୍‌ନାଲ ଏବଂ ୧୬ ଲକ୍ଷ ବ୍ୟବହାରକାରୀ ଟେଲିଗ୍ରାମ ଡାଉନଲୋଡ୍‌ କରିଛନ୍ତି। ହ୍ବାଟ୍ସଆପ ପକ୍ଷରୁ ଲଗାତାର ସଫାଇ ଦେବା ପରେ ବି ଲୋକମାନେ ଅନ୍ୟ ଆପ୍‌କୁ ପସନ୍ଦ କରୁଛନ୍ତି।

ଟେଲିଗ୍ରାମ ପକ୍ଷରୁ ଗତ ବୁଧବାର କୁହାଯାଇଛି ଯେ, ସାରା ବିଶ୍ବରେ ଏହି ଆପ୍‌ର ଡାଉନଲୋଡ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି। ଗତ ୭୨ ଘଣ୍ଟାରେ ସାରା ବିଶ୍ବରେ ଅଢ଼େଇ କୋଟି ନୂଆ ବ୍ୟବହାରକାରୀ ପଞ୍ଜୀକୃତ ହୋଇଛନ୍ତି। ଟେଲିଗ୍ରାମର ପ୍ରତିଷ୍ଠାତା ପାୱଲ ଦୁରୋଭ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଟେଲିଗ୍ରାମର ୫୨​‌ କୋଟି ୫୦ ଲକ୍ଷ ବ୍ୟବହାରକାରୀ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories