ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନ ଗିରିସୋଲାରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଏକ ଜୁଆ ଅଡ୍ଡାରେ ଗୁରୁବାର ଗୋଳନ୍ଥରା ପୁଲିସ ଚଢ଼ାଉ କରି ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ୧୮ ହଜାର ୨ ଶହ ଟଙ୍କା, ଖେଳ ସାମଗ୍ରୀ, ୬ ମୋଟର ସାଇକେଲ ସହ ଚାରି ଗୋଟି ମୋବାଇଲ ଫୋନ ଜବତ ହୋଇଛି।
ବୁଧବାର ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ତଥା ଡିଏସପି ବିବେକାନନ୍ଦ ସ୍ୱାଇଁ ନିଜେ ଏକ ପୁଲିସ ଟିମ ସହ ଗିରିସୋଲାରେ ଗାଁ ପଡିଆରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କିଛି ଜୁଆଡ଼ି ପୁଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଥିଲେ। ଜୁଆ ଖେଳ କିଏ ଆୟୋଜନ କରୁଛି ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଯେଉଁମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ସ୍ୱାଇଁ ସୂଚନା ଦେଇଛନ୍ତି।



