ଭୁବନେଶ୍ୱର : ସାହସିକତା, ଉଲ୍ଲେଖନୀୟ ଓ ପ୍ରଶଂସନୀୟ ସେବା ପାଇଁ ସ୍ୱାଧୀନତା ଦିବସ ଅବସରରେ ବୁଧବାର ଓଡ଼ିଶା ପୁଲିସ୍ର ୧୩ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସାହାସିକତା ପାଇଁ ଓଡ଼ିଶା ପୁଲିସ୍ର କନେଷ୍ଟବଳ ଅନନ୍ତ କାହାକା, କନଷ୍ଟେବଳ ତେଦ୍ୟୋରାମ୍ପା ସବର ଏବଂ କନଷ୍ଟେବଳ କୁମାର ହୁଇକାଙ୍କୁ ସାହାସିକତା ପୁଲିସ୍ ମେଡାଲ ପ୍ରଦାନ କରାଯାଇଛି। ଏହି ୩ କନଷ୍ଟେବଳ ରାୟଗଡ଼ା ଜିଲା ପୁଲିସ୍ରେ କାର୍ଯ୍ୟରତ ଅଛନ୍ତି। ସେହିପରି ଉଲ୍ଲେଖନୀୟ ସେବା ପାଇଁ ସହକାରୀ ସବ୍-ଇନିସ୍ପେକ୍ଟର (ଏଏସ୍ଆଇ) ବି. ଦୁର୍ଗାପ୍ରସାଦ ରାଓ, ଏଏସ୍ଆଇ ଏସ୍.କେ ଅନୱର, ହାବିଲଦାର ସୁଧାଂଶୁ ମୋହନ ଦେହୁରି, କନଷ୍ଟେବଳ ଶତ୍ରୁଘ୍ନ ବରାଳ, କନଷ୍ଟେବଳ ନରେନ୍ଦ୍ର ପାଲ, କନଷ୍ଟେଭଳ ଭି, ନାଗେଶ୍ୱର ରାଇ ଏବଂ ସିପାହୀ ସଂଜୟ କୁମାର ରାୟଙ୍କୁ ଉଲ୍ଲେଖନୀୟ ପୁଲିସ୍ ମେଡାଲ ପ୍ରଦାନ କରାଯାଇଛି। ପୁଲିସ ଟ୍ରେନ୍ଂ କ୍ଷେତ୍ରରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱର ବିପିଏସ୍ପିଏ ଇନିସ୍ପେକ୍ଟର ଗୁରୁ ପ୍ରଦାଦ ଶିବ ଶଙ୍କର ନନ୍ଦ, ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପ୍ପା ଏବଂ ସେକ୍ସନ ଅଫିସର ଅକ୍ଷୟ ସେଠୀଙ୍କୁ ଉତ୍କର୍ଷତା ପୁଲିସ୍ ପ୍ରଶିକ୍ଷଣ ମେଡାଲ ପ୍ରଦାନ କରାଯାଇଛି।
Popular Categories



