www.samajalive.in
Saturday, December 6, 2025
14.1 C
Bhubaneswar

ମାଆ ପାଖରେ ପୁଅକୁ ପହଞ୍ଚାଇଲା ଅଇଁଠାପାଲି ପୁଲିସ

ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ପୁଲିସ ଦ୍ୱାରା ଆଇନ ଶୃଙ୍ଖଳା ବ୍ୟବସ୍ଥା ରକ୍ଷା କରିବା ସହିତ ମାନବୀୟ ସେବା କରାଯାଉଥିବାର ନଜିର ରହିଛି। ଏଭଳି ଏକ ଘଟଣାରେ ଅଇଁଠାପାଲି ଥାନା ଅର୍ନ୍ତଗତ କାଈଁଶୀର ନିବାସୀ ମୁରଲି ଭୋଇ (୨୪) ନାମକ ଜଣେ ଯୁବକ ଗତ ବର୍ଷ ନଭେମ୍ବର ମାସରେ ଅନୁଗୁଳ ଜିଲା ସାବଲଭଙ୍ଗା ରାସ୍ତାରେ ଥିବା ଏକ ଫାର୍ମ ହାଉସକୁ କାମ କରିବା ପାଇଁ ଯାଇଥିଲେ। ତେବେ ମୁରଲୀଙ୍କ ମାନସିକ ସ୍ଥିତି ସେତେଟା ଭଲ ନ ଥିବାରୁ ସେ ଗତ ମାର୍ଚ୍ଚ ମାସରୁ ଘରକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ସେ ଏକା ଅନୁଗୁଳରୁ ସମ୍ବଲପୁରକୁ ଫେରିବାର ସାହାସ ଜୁଟାଇ ପାରି ନ ଥିଲେ। ଏଣୁ ସେ ବାରମ୍ବାର ତାଙ୍କ ମାଆ ସୁଲୋଚନା ଭୋଇଙ୍କୁ ଫୋନ କରି ଘରକୁ ଫେରାଇ ନେବା ପାଇଁ ଅନୁରୋଧ କରୁଥିଲେ। ବହୁ ଚେଷ୍ଟା ସତ୍ୱେ ମାଆ ସୁଲୋଚନା କୌଣସି ବାଟ ନ ପାଇବାରୁ କିଛି ଦିନ ତଳେ ଅଇଁଠାପାଲି ଥାନାର ଦ୍ୱାରସ୍ଥ ହୋଇ ଘଟଣା ସର୍ମ୍ପକରେ କହିବା ସହିତ ପୁଅର ସେଠାରେ ରହିବା ଓ ଖାଇବାର ଅସୁବିଧା ନ ଥିବା ବେଳେ ପୁଅ ଘରକୁ ଫେରିବାକୁ ଚାହୁଁଥିବାରୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। ଏଣୁ ସୁଲୋଚନାଙ୍କ ଅସୁବିଧା ସହିତ ଅବଗତ ହୋଇ ଘଟଣା ସର୍ମ୍ପକରେ ଯାଞ୍ଚ କରିବା ପରେ ଥାନାଧିକାରୀ ଯୋଗେଶ ପଣ୍ଡାଙ୍କ ଉଦ୍ୟମ କ୍ରମେ ଏକ ସ୍ୱତନ୍ତ୍ର ଦଳ ଅନୁଗୁଳ ଯାଇ ମୁରଲୀଙ୍କୁ ଉଦ୍ଧାର କରି ଆଣି ତାଙ୍କ ମାଆ ସୁଲୋଚନାଙ୍କ ପାଖରେ ପହଞ୍ଚାଇଛନ୍ତି। ଅଇଁଠାପାଲି ପୁଲିସର ସମ୍ବେଦନଶୀଳ ମାନବୀୟ ବ୍ୟବହାର ଓ କାର୍ଯ୍ୟକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories