www.samajalive.in
Saturday, December 6, 2025
14.1 C
Bhubaneswar

ପଟାଙ୍ଗିର ପୂର୍ବତନ ବିଧାୟିକା ଚନ୍ଦ୍ରମାଙ୍କ ପରଲୋକ

ପଟାଙ୍ଗି: କୋରାପୁଟ ଜିଲା ପଟାଙ୍ଗି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ମାଳୁ ସାନ୍ତାଙ୍କ ଧର୍ମପତ୍ନୀ, ପୂର୍ବତନ ବିଧାୟିକା ଚନ୍ଦ୍ରମା ସାନ୍ତାଙ୍କ ଆଜି ପରଲୋକ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଗତ ୧୦ ଦିନ ଧରି ଅସୁସ୍ଥ ରହିଥିଲେ। ପୂର୍ବରୁ ଅସୁସ୍ଥ ଅନୁଭବ କରିବାରୁ କୋରାପୁଟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରି ନିଜ ଗ୍ରାମକୁ ଫେରିଥିଲେ। ପଟାଙ୍ଗି ବ୍ଲକର ମାଳିପୁଟ ପଞ୍ଚାୟତ ସିପାଇପୁଟ ଗ୍ରାମରେ ନିଜ ଘରେ ରହି ଚିକିତ୍ସାଧୀନ ଥିଲେ। ସେ କଂଗ୍ରେସ ଦଳର ଜଣେ ଦୃଢ଼ ସଙ୍ଗଠକ ରହିଥିଲେ। ସ୍ବର୍ଗତା ଚନ୍ଦ୍ରମା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ମାଇଁ। ଭଣଜା ଜୟରାମଙ୍କୁ ୧୯୮୦ ମସିହାରେ ସାଧାରଣ ନିର୍ବାଚନରେ ପରାସ୍ତ କରି କଂଗ୍ରେସ ଦଳର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ଥର ୧୯୮୫ ମସିହାରେ ନିର୍ବାଚିତ ହୋଇ ଦଳର ପରିଚୟ ସୃଷ୍ଟି କରି ଦୁଇ ଥର ବିଧାୟିକା ହୋଇପାରିଥିଲେ। ପଟାଙ୍ଗି ପଞ୍ଚାୟତ ସମିତିରେ ଦୁଇ ଥର ଅଧ୍ୟକ୍ଷା ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ଗତ ୨୦୦୨ ମସିହାରେ ଜିଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଲୋକପ୍ରିୟ ହାସଲ କରିଥିଲେ। ଚନ୍ଦ୍ରମାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସଗୃହକୁ ଉପଜିଲାପାଳ ଲଳିତ କୁମାର କଅଁର, ତହସିଲଦାର ହରିପଦ ମଣ୍ଡଳ, ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ବିଶ୍ୱାସ ରାଏ , ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ଝିନ ହିକକା, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ପ୍ରମୁଖ ସହଙ୍କ ସହ ଅନ୍ୟ ବହୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ୱର୍ଗତ ଚନ୍ଦ୍ରମାଙ୍କୁ ଶେଷ ଦର୍ଶନ କରି ଶୋକ ପ୍ରକାଶ କରିଥିଲେ। ସେ ଜଣେ ଅମାୟୀକ ମଣିଷ ଥିଲେ। ଅବିଭକ୍ତ କୋରାପୁଟ ଜିଲାର ଅଦିତୀୟ ନାରୀ ନେତ୍ରୀ ଥିଲେ ବୋଲି ଶିକ୍ଷାବିତ କୃଷ୍ଣ ସିଂହ ମତବ୍ୟକ୍ତ କରି ଶୋକ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories