ଲାଞ୍ଚ ନେଇ ପଶ୍ଚିମ ଦ୍ୱାରରେ ଯାତ୍ରୀ ଛାଡିବା ଘଟଣା ; କନେଷ୍ଟବଳ ନିଲମ୍ବିତ

ଡେସ୍କ : ଟଙ୍କା ଲାଞ୍ଚନେଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ଯାତ୍ରୀଙ୍କୁ ପ୍ରବେଶ କରାଇବା ଘଟଣା କନେଷ୍ଟବଳଙ୍କ ପାଇଁ ମହଙ୍ଗା ପଡ଼ିଛି। ଲାଞ୍ଚ ନେଇ ଭକ୍ତଙ୍କୁ ଛାଡ଼ିବା ଦୃଶ୍ୟ କ୍ୟାମେରାରେ କଏଦ  ହେବା ସହ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଶେଷରେ ଶନିବାର ପୁଲିସ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି । ଓଏସଏପି ତୃତୀୟ ବାଟାଲିୟନର କନେଷ୍ଟବଳ ଶୁଭାଶିଷ ଦାସଙ୍କୁ ନିଲମ୍ବନ କରାଯାଇଛି । ଘଟଣାର ଅଧିକ ତଦନ୍ତ ପାଇଁ ପୁରୀ ଏସପିଙ୍କୁ ଦାୟିତ୍ବ ଦିଆଯାଇଛି ।

 

Comments are closed.