www.samajalive.in
Tuesday, December 9, 2025
15.1 C
Bhubaneswar

ପୁଲିସର ବର୍ବରତା; ସାମ୍ବାଦିକଙ୍କୁ ମାଡ଼ ମାରି ମୁହଁରେ ପରିସ୍ରା କଲେ

ଲକ୍ଷ୍ନୌ: ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଉତ୍ତରପ୍ରଦେଶରେ କ୍ରମାଗତ ୨ଟି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଟ୍ବିଟ୍‌ କରିବାରୁ ଜଣେ ସାମ୍ବାଦିକଙ୍କୁ ଗିରଫ କରାଯିବା ପରେ ଏବେ ଆଉ ଜଣେ ସାମ୍ବାଦିକଙ୍କୁ ରେଲୱେ ପୁଲିସ ମାଡ଼ ମାରିଛି। କେବଳ ଏତିକି ନୁହେଁ ପୁଲିସ କର୍ମଚାରୀମାନେ ତାଙ୍କ ଉପରେ ପରିସ୍ରା କରିଛନ୍ତି। ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଶାମଲି ସହରରେ। ପୁଲିସର ଏହି ବର୍ବରତାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୋରାଦାବାଦ ଏସପି ସୁବାସ ଚନ୍ଦ୍ର ଦୁବେ ଅଭିଯୁକ୍ତ ଜିଆରପି ଇନ୍ସପେକ୍ଟର ରାକେଶ କୁମାର ଏବଂ କନଷ୍ଟେବଳ ସଞ୍ଜୟ ପାୱାରଙ୍କୁ ନିଲମ୍ବନ କରିଛନ୍ତି। ଏହି ଘଟଣାକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ପୃକ୍ତ ସାମ୍ବାଦିକ ଶାମଲି ସହରରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହେବା ପରେ ତାହାର ଖବର ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ସାଦା ପୋଷାକରେ ଥିବା ଜିଆରପି ଇନ୍ସପେକ୍ଟର ରାକେଶ କୁମାର ଏବଂ ତାଙ୍କ ସହକର୍ମୀମାନେ ସମ୍ପୃକ୍ତ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ। ଇନ୍ସପେକ୍ଟର ତାଙ୍କୁ ଚାପୁଡ଼ା ମାରିଥିଲେ। ସେ ତଳେ ପଡ଼ିଯିବା ପରେ ତାଙ୍କ ସହକର୍ମୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ତାଙ୍କୁ ସେଠାରୁ ଜିଆରପି ଥାନାକୁ ନିଆଯାଇଥିଲା। ସେଠାରେ ହାଜତ ଭିତରେ ବି ତାଙ୍କୁ ମାଡ଼ ମରାଯାଇଥିଲା। ଏପରି କି  ଜଣେ କର୍ମଚାରୀ ତାଙ୍କୁ ମୁହଁରେ ପରିସ୍ରା କରିଥିଲେ ବୋଲି ସାମ୍ବାଦିକ ଜଣକ ଅଭିଯୋଗ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories