ଲଙ୍କାଗୁଣ୍ଡ ଫିଙ୍ଗା ଡକାୟତ- ବନ୍ଧୁକ ବୋମା ସହ ୭ ଆନ୍ତ ଜିଲ୍ଲା ଡକାୟତିଙ୍କୁ ଗିରଫ କଲା ପୁଲିସ

କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ପୁଲିସର ବଡ ସଫଳତା।ବିଳମ୍ବିତ ରାତିରେ ଏକ ୭ଜଣିଆ ଡକାୟତି ଗ୍ୟାଙ୍ଗ ଡକାୟତି ଯୋଜନା କରୁଥିବା ବେଳେ କଙ୍କଡାହାଡ ପୁଲିସ ହାତରେ ଧରାପଡିଛନ୍ତି । ରାତି ପ୍ରାୟ ୨ଟା ସମୟରେ କଙ୍କଡ଼ାହାଡ଼ ପୁଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ବିରାଶାଳ ନିକଟ କୋଚିଲା ବାଙ୍କ ନିକଟରେ ଥିବା ଏକ ଘରେ ବସି ଯୋଜନା କରୁଥିବା ବେଳେ ପୋଲିସ ଅତର୍କିତ ଚଢାଉ କରି ଗିରଫ କରିବାକୁ ସକ୍ଷମ ହୋଇଥିଲା । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ,୬୦ ହଜାର ଟଙ୍କା,ଗୋଟିଏ କାର,ଗୋଟିଏ ବାଇକ,୫ଟି ବୋମା,୨ଟି କାତି ୭ଟି ମୋବାଇଲ,୨ପ୍ୟାକେଟ ଲଙ୍କା ଗୁଣ୍ଡ ଜବତ କରାଯାଇଛି ।

ଏମାନେ ମୁଖ୍ୟତଃ ଫାଇନାନ୍ସ କର୍ମଚାରୀ ଓ ବ୍ୟାଙ୍କରୁ ମୋଟା ଅଙ୍କର ଅର୍ଥ ଉଠାଉଥିବା ଲୋକଙ୍କୁ ଏମାନେ ନିଶାଣ କରିଥିଆନ୍ତି । ଆଖିରେ ଲଙ୍କାଗୁଣ୍ଡ ପକାଇ ବନ୍ଧୁକ ଏବଂ ବୋମା ଦେଖାଇ ଲୁଟ୍‌ କରିଥାଆନ୍ତି ।  ଡକାୟତମାନେ କଟକ ଜିଲ୍ଲା କାନପୁର ଥାନାର ଜଣେ ହୋଇଥିବାବେଳେ ଅନ୍ୟମାନେ ସମସ୍ତେ ଢେଙ୍କାନଳ ସଦର ଥାନ ଅଞ୍ଚଳରୁ ବୋଲି ଜଣାପଡିଛି । ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ୧୮ ଟି ମାମଲା ଥିବା କାମାକ୍ଷାନଗର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂର୍ଯ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି ।

 

 

 

 

Comments are closed.