www.samajalive.in
Tuesday, December 9, 2025
26.1 C
Bhubaneswar

ପାଟଣା ଥାନାରେ ମାଡ଼; ଥାନାଧିକାରୀଙ୍କ ଦରମାରୁ ୧୦ ହଜାର ଟଙ୍କା ପୀଡ଼ିତଙ୍କୁ ପ୍ରଦାନ ନିର୍ଦେଶ

ଭୁବନେଶ୍ବର: ଥାନା ଭିତରେ ଜଣେ ଯୁବକଙ୍କୁ ମାଡମରା ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଛନ୍ତି। ଏହି ଘଟଣା ସମ୍ପର୍କରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ପୁଲିସ ଡ଼ିଜିଙ୍କୁ ମାନବାଧିକାର ଆୟୋଗ ନିର୍ଦେଶ ଦେଇଛନ୍ତି ।  ଏହାଛଡା  ମାଡ ମାରିଥିବା ମହିଳା ପୁଲିସ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ତାଙ୍କ ଦରମାରୁ ୧୦ ହଜାର ଟଙ୍କା କାଟି ପୀଡ଼ିତ ଯୁବକଙ୍କୁ ମଧ୍ୟବର୍ତୀକାଳୀନ ସହାୟତା ଦେବାକୁ କମିଶନ ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।


ପାଟଣା ଥାନା ତାଳସରୁଆ ଗ୍ରାମର ରାଜୁ ମହନ୍ତଙ୍କୁ ଏକ ଜମିଜମା ଗଣ୍ଡଗୋଳ ମାମଲାରେ ପୁଲିସ ଥାନାକୁ ଆଣିଥିଲା। ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ତାଙ୍କୁ ଥାନା ଭିତରେ ନିସ୍ତୁକ ପିଟିବା ସହ ଗୋଇଠା ମାରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।  ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଥିଲା ।

- Advertisement -

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାର ଆଧାରରେ କମିଶନ ଉପରୋକ୍ତ ନିର୍ଦେଶ ଦେଇଛନ୍ତି ।  ପୀଡିତ ଯୁବକ ଜଣକ ୨୫ଦିନହେବ କାମଧନ୍ଦା ନ ପାଇ ଉପାସରେ ଦିନ ବିତାଉଥିଲା ବେଳେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଥାନା ଭିତରେ ମାଡ ମାରିବା ମାନବିକତାର ପରିଚୟ ନୁହେଁ । ଏ ଦିଗରେ ପୁଲିସ ମହାନିର୍ଦେଶକ ପଦକ୍ଷେପ ନେବାକୁ ଆୟୋଗ ପରାମର୍ଶ ଦେଇଛନ୍ତି ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories