କେନ୍ଦୁଝର: ସ୍ବାମୀ-ସ୍ତ୍ରୀ ବିବାଦକୁ ସମାଧାନ କରିବାକୁ ଯାଇଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି। ସଂପୃକ୍ତ ଅଧିକାରୀଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଘଷିପୁରା ଥାନାର ମହିଳା ଅଧିକାରୀ ଏକ ବିବାଦର ସମାଧାନ କରିବା ପାଇଁ ପଦନପୁର ଗାଁକୁ ଯାଇଥିଲେ। ଆପୋଷ ସମାଧାନ ସମୟରେ ଉଭୟଙ୍କ ପକ୍ଷର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ କେହି ଦୁର୍ବୃତ୍ତ ମହିଳା ଅଧିକାରୀଙ୍କ ମୁହଁକୁ ମୁଥା ମାରିଥିଲା। ଏନେଇ ମହିଳା ଅଧିକାରୀ ଥାନାରେ ଏତଲା ଦେଇଛନ୍ତି।
Popular Categories



