MEllora 950×100

ଭୋଜି ଖାଦ୍ୟରୁ ବାହାରିଲା ମଲା ସାପ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ଦେଉଳି ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏସ.ଏଚ.ଜି ଗ୍ରୁପର ମହିଳାମାନେ ଏକ ସ୍ଥାନରେ ଭୋଜି କରୁଥିଲେ। ହେଲେ ଖାଇବା ସମୟରେ ଖାଦ୍ୟ ଭିତରୁ ପ୍ରାୟ ଏକ ଫୁଟରୁ ଉର୍ଦ୍ଧ୍ୱ ଲମ୍ବର ଏକ ବିଷଧର ମଲା ଚିତି ସାପ ବାହାରିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ମନରେ ଭୟ ସୃଷ୍ଟି ହେବାରୁ ଭୋଜିରେ ସାମିଲ ଥିବା ଲୋକମାନେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ପ୍ରାଥମିକ ଚିକିତ୍ସାରେ ଡାକ୍ତର ସେମାନଙ୍କର ରକ୍ତ ଓ ଇସିଜି ପରୀକ୍ଷା କରି ଛାଡି ଦିଆଯାଇଥିବା ଜଣାପଡିଛି।

Comments are closed.