www.samajalive.in
Sunday, December 14, 2025
17.1 C
Bhubaneswar

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରେ ଛାଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ :  ବିବାଦୀୟ ପୋଲାଭରମ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇପାରିନଥିବାରୁ ସମସ୍ୟାର ସମାଧାନ ବାବଦରେ ନିଷ୍ପତ୍ତି ନ୍ୟାୟାଳୟ ନେବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। ଏହି ପ୍ରସଙ୍ଗରେ ନ୍ୟାୟାଳୟ ପରବର୍ତ୍ତୀ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଅବଗତ କରାଇଥିବା ଜଣାପଡ଼ିଛି। ସର୍ବୋଚ୍ଚସ୍ତରରେ ସମସ୍ୟାର ସମାଧାନ ତଥା ରାଜନୈତିକ ଆଲୋଚନା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ଗତ ୬ ସେପ୍ଟେମ୍ବର ୨୦୨୨ରେ ନିର୍ଦେଶ ଦେଇଥିଲେ। ନ୍ୟାୟାଳୟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ତରଫରୁ ଦାଖଲ ତଥ୍ୟ ଅନୁଯାୟୀ ସେହିବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ଜଳଶକ୍ତି ସଚିବ ଏବଂ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ରାଜ୍ୟର ମୁଖ୍ୟ ସଚିବଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ପୋଲାଭରମ ପ୍ରକଳ୍ପଜନିତ ପଛୁଆ ଜଳସମସ୍ୟା, ପରିବେଶ ମଞ୍ଜୁରୀ ଏବଂ ପ୍ରକଳ୍ପ ଡିଜାଇନ ବିଷୟରେ ଆଲୋଚନା ହୋଇଥିଲା। ପଛୁଆଜଳ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷ ତିନୋଟି ବୈଷୟିକ ବୈଠକରେ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟର ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି। ନିର୍ମାଣକାର୍ଯ୍ୟ ଅଗ୍ରଗତି ତଥ୍ୟ ଅନୁଯାୟୀ ଅକ୍ଟୋବର ୨୦୨୩ ସୁଦ୍ଧା ମୁଖ୍ୟ ଜଳଭଣ୍ଡାର ମାଟି କାମ ୭୬.୯୧ ପ୍ରତିଶତ, କଂକ୍ରିଟ କାମ ୮୧.୭୭ ପ୍ରତିଶତ ଓ ଷ୍ଟିଲ କାମ ୮୩.୫୮ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଦକ୍ଷିଣ କେନାଲ ମାଟି କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଲାଇନିଂ ୯୩.୬୧ ପ୍ରତିଶତ ଓ ଷ୍ଟ୍ରକ୍‌‌ଚର କାମ ୮୩.୯୨ ପ୍ରତିଶତ ଏବଂ ବାମ କେନାଲର ମାଟି କାମ ୯୧.୯୦ ପ୍ରତିଶତ, ଲାଇନିଂ ୭୧.୯୩ ପ୍ରତିଶତ ଓ ଷ୍ଟ୍ରକଚର କାମ ୪୧.୨୪ ପ୍ରତିଶତ ସରିଛି। ସେହିପରି ମେ ୨୦୨୩ ସୁଦ୍ଧା ଭୂମି ଅଧିଗ୍ରହଣ ୮୮.୮୯ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବା ବେଳେ ପୁର୍ନବାସ ମାତ୍ର ୧୧.୮୪ ପ୍ରତିଶତ ହୋଇଛି। ଉଲ୍ଲେଖଯୋଗ୍ୟ ଗତ ବଜେଟ ଅଧିବେଶନ କାଳରେ ବିବାଦୀୟ ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ସରକାର ସଂସଦରେ ସୂଚନା ଦେଇଥିଲେ।
ସର୍ବୋଚ୍ଚ ନ୍ୟାୟା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories