ନୂଆଦିଲ୍ଳୀ : ବନ୍ୟଜନ୍ତୁଙ୍କ ଆକ୍ରମଣରୁ ଘଟୁଥିବା ଫସଲ ନଷ୍ଟର ଭରଣା ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅଧୀନରେ କ୍ଷତିପୂରଣ ମିଳିବ। କେନ୍ଦ୍ର ସରକାର ପରୀକ୍ଷାମୂଳକ ଭାବେ ନିର୍ଦ୍ଦିଷ୍ଟ କେତେକ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି।
ପ୍ର୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଉଦ୍ୟାନକୃଷି ଭିତ୍ତିକ ଫସଲକୁ ପରୀକ୍ଷାମୂଳକ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ କେନ୍ଦ୍ରୀୟ ଶସ୍ୟ ବୀମା ଯୋଜନାରେ କ୍ଷେତରେ ପାଣି ଜମି ରହିବା, ମାଟି ଅତଡା ଖସିବା ଏବଂ କୁଆପଥର ଜନିତ ବୃଷ୍ଟିପାତ ଯୋଗୁଁ ଫସଲ କ୍ଷତିକୁ ଅନ୍ତର୍ଭୁକ୍ତ କରାଯାଉ ନ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅନୁସାରେ ଏଗୁଡିକୁ ଅନ୍ତର୍ଭୁକ୍ତ କରାଯାଉଛି।
ତେବେ ବିଭିନ୍ନ ହିତାଧିକାରୀମାନଙ୍କ ସହ ଆଲୋଚନା କରି ସରକାର ବନ୍ୟଜନ୍ତୁଙ୍କ ଆକ୍ରମଣରୁ ଘଟୁଥିବା ଫସଲ ହାନୀ ସଂପର୍କୀତ ଏହି ନୂତନ ନୀତିକୁ ଗ୍ରହଣ କରିଥିବା ଶ୍ରୀ ସିଂହ କହିଛନ୍ତି।
ବନ୍ୟଜନ୍ତୁଙ୍କ ଆକ୍ରମଣରେ ଫସଲ ହାନୀ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା
Popular Categories



