www.samajalive.in
Saturday, December 6, 2025
17.1 C
Bhubaneswar

ନୀରବଙ୍କଠାରୁ ନକଲି ହୀରା କିଣି କାନାଡା ଯୁବକଙ୍କ ନିର୍ବନ୍ଧ ଭାଙ୍ଗିଲା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କରୁ ହଜାରେ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଆତ୍ମସାତ କରି ଫେରାର ଥିବା ହୀରା ବ୍ୟବସାୟୀ ନୀରବ ମୋଦୀ କାନାଡ଼ାର ଜନୈକ ଯୁବକଙ୍କୁ ୨ଲକ୍ଷ ଡଲାର ବିନିମୟରେ ନକଲି ହୀରା ବିକ୍ରି କରିଥିବା ଅଭିଯୋଗ ହୋଇଛି। ଫଳରେ ଉକ୍ତ ଯୁବକଙ୍କ ନିର୍ବନ୍ଧ ଭାଙ୍ଗି ଯାଇଥିଲା।
ଏହି ଘଟଣା ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ନୀରବଙ୍କ ଠକ ବ୍ୟବସାୟ କେବଳ ଭାରତ ମଧ୍ୟରେ ସୀମିତ ନଥିଲା, ବରଂ ବିଶ୍ୱର ବିଭିନ୍ନ ସ୍ଥାନରେ ସେ ତାଙ୍କ ଲୋକପ୍ରିୟତା ଆଳରେ ଗ୍ରାହକଙ୍କୁ ଠକିଥିବା ପ୍ରମାଣିତ ହୋଇଛି। କାନାଡ଼ାର ୩୬ବର୍ଷିୟ ଯୁବକ ପୋଲ ଆଲଫାନ୍ସୋ ଓ ତାଙ୍କ ବାନ୍ଧବୀ ଭେନକୌଭରଙ୍କୁ ଏକ ଚାଇନିଜ ରେସ୍ତାରାରେ ଏହି ହୀରା ମୁଦି ପ୍ରଦାନ କରି ବିବାହ ପ୍ରସ୍ତାବ ଦେଇଥିଲେ। ନୀରବଙ୍କଠାରୁ ବହୁମୂଲ୍ୟ ହୀରା ମୁଦି କିଣି ଆଲଫାନ୍ସୋ ତାଙ୍କ ବାନ୍ଧବୀଙ୍କୁ ପିନ୍ଧାଇ ଥିଲେ। ଆଲଫାନ୍ସୋଙ୍କ ମୁଦିି ତାଙ୍କ ବାନ୍ଧବୀଙ୍କୁ ବେଶ୍‍ ପ୍ରଭାବିତ କରିଥିଲା। କାରଣ ବିଶ୍ୱର ଖ୍ୟାତନାମା ହୀରା ବ୍ୟବସାୟୀ”ନୀରବ ମୋଦୀ’ଙ୍କ ଦୋକାନରୁ ଏହି ହୀରା କିଣାଯାଇ ଥିବାର ପ୍ରମାଣ ପତ୍ର ମଧ୍ୟ ଥିଲା।
ଆଲଫାନ୍ସୋ ଏକ ପେମେଣ୍ଟ ପ୍ରସେସିଂ କମ୍ପାନୀର ସିଇଓ ଥିଲେ। ତାଙ୍କ ବାନ୍ଧବୀଙ୍କ ପାଇଁ ମୂଲ୍ୟବାନ ଉପହାର ଦେବା ପାଇଁ ଆଲଫାନ୍ସୋ ନୀରବଙ୍କୁ ଅନୁରୋଧ କରିଥିଲେ। ଏହାର ଉତ୍ତରରେ ନୀରବ ତାଙ୍କୁ ୩.୨କ୍ୟାରେଟର ରାଉଣ୍ଡ ବ୍ରିଲିଆଣ୍ଟ କାଟ୍‍, ଡି କଲର,ବିବିଏଏସ-୧ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ବିଶ୍ୱ ଦରବାରରେ ଏଭଳି ହୀରାର ବେଶ୍‍ ଚାହିଦା ମଧ୍ୟ ରହିଛି। ଫଳରେ ଖୁସି ହୋଇ ଆଲଫାନ୍ସୋ ୨ଲକ୍ଷ ଡଲାର ବିନିମୟରେ ହୀରା ମୁଦି କିଣି ନେଇଥିଲେ। ଆଲଫାନ୍ସୋଙ୍କ ନିକଟରୁ ଏଭଳି ବହୁମୂଲ୍ୟ ଉପହାର ତାଙ୍କ ବାନ୍ଧବୀଙ୍କୁ ଖୁସି କରିଥିଲେ ମଧ୍ୟ ଖୁବ୍‍ ଅଳ୍ପ ସମୟ ମଧ୍ୟରେ ହୀରାର ସତ୍ୟାସତ୍ୟ ସାମ୍ନାକୁ ଆସି ଯାଇଥିଲା। ଇତିମଧ୍ୟରେ ନୀବର ଭାରତ ଛାଡ଼ି ପଳାଇ ଥିଲେ। ଆଲଫାନ୍ସୋଙ୍କ ପ୍ରଦତ୍ତ ହୀରା ମୁଦିି ନେଇ ଏକ ଗହଣା ଦେକାନରେ ଦେଖାଇବା ପରେ ଉକ୍ତ ହୀରା ନକଲି ଥିବା ଜଣା ପଡ଼ିଥିଲା। ତେବେ ଆଲଫାନ୍ସୋଙ୍କ ବାନ୍ଧବୀ ଏହି ଘଟଣା ପାଇଁ ତାଙ୍କୁ ଦାୟୀ କରିବା ସହ ତାଙ୍କ ସହ ସମ୍ପର୍କ ଛିନ୍ନ କରି ଦେଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories