www.samajalive.in
Sunday, December 14, 2025
15.1 C
Bhubaneswar

କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ସମର୍ପିତ : ପ୍ରଧାନମନ୍ତ୍ରୀ

ମିର୍ଜାପୁର(ୟୁପି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ମିର୍ଜାପୁର ଠାରେ ବନ୍‍ସାଗର କେନାଲ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ଦେଢ଼ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇପାରିବ। ବିଶେଷକରି ମିର୍ଜାପୁର ଏବଂ ଆହ୍ଲାବାଦର କୃଷକମାନେ ଏହାଦ୍ବାରା ଉପକୃତ ହୋଇପାରିବେ । କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ବନ୍‍ସାଗର କେନାଲ୍‍ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିଛି ବୋଲି ସେ କହିଛନ୍ତି। ରବିବାର ମିର୍ଜାପୁରଠାରେ ଏକ ଜନସଭାରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ପୂର୍ବ ସରକାରମାନେ ଏହି ପ୍ରକଳ୍ପକୁ ବର୍ଷ ବର୍ଷ ଧରି ସମ୍ପୂର୍ଣ୍ଣ କରିପାରି ନଥିଲେ। ଫଳରେ କୃଷକମାନେ ଅସୁବିଧାର ସମ୍ମୁଖିନ ହେଉଥିଲେ। ତେବେ ବର୍ତ୍ତମାନର କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ  ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ସେ ଉତ୍ତର ପ୍ରଦେଶର  ୧୦୦ତମ ଜନ ଔଷଧୀ କେନ୍ଦ୍ରର ଉଦଘାଟନ କରିଛନ୍ତି ।  ଗଙ୍ଗା ନଦୀ ଉପରେ ବାଲୁଘାଟ, ଛୁନରଠାରେ ନିର୍ମିତ ଏକ ସେତୁକୁ ସମର୍ପିତ କରିଛନ୍ତି ଯାହା ମିର୍ଜାପୁର ଏବଂ ବାରଣାସୀ ମଧ୍ୟରେ ସଂଯୋଗ ସ୍ଥାପନ କରିବ ।  ପ୍ରଧାନମନ୍ତ୍ରୀ ମିର୍ଜାପୁର ଭେଷଜ ମହାବିଦ୍ୟାଳୟର ମଧ୍ୟ ଭିତ୍ତିପ୍ରସ୍ତର  ସ୍ଥାପନ କରିଛନ୍ତି ।

- Advertisement -

ଦୁଇଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଶନିବାର ଆଜମଗଡ଼ଠାରେ ୩୪୦ କିଲୋମିଟର ଦୀଘଁ ପୂର୍ବାଂଚଳ ଏକ୍ସପ୍ରେସ୍ ୱେର  ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସଡକ ନିର୍ମାଣ ହେଲେ ପୂର୍ବ ଉତ୍ତରପ୍ରଦେଶର ବାରାବାଙ୍କି, ଆମେଠି, ସୁଲତାନପୁର, ଫଇଜାବାଦ, ଆମ୍ବେଦକର ନଗର, ଆଜମଗଡ, ମଉ ଏବଂ ଗାଜିପୁର ସମେତ ରାଜଧାନୀ ଲକ୍ଷ୍ନୌ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ସହରଗୁଡିକୁ ସଂଯୋଗ କରିହେବ । ଏହାର ନିର୍ମାଣ କାର୍ୟ୍ୟ ସଂପୂର୍ଣ୍ଣ ହେଲେ ଉତ୍ତରପ୍ରଦେଶର ପ୍ରମୁଖ ସହରଗୁଡିକ ଦିଲ୍ଲୀ ସହ ପଶ୍ଚିମରେ ନୋଏଡା, ପୂର୍ବରେ ଗାଜିପୁର ସହରକୁ ଏକ୍ସପ୍ରେସ ସଡକ ଜରିଆରେ ସଂଯୋଗ ହୋଇପାରିବ ।

ସେହିପରି ବାରଣାସୀରେ ପ୍ରଧାନମନ୍ତ୍ରୀ ୯୦୦ କୋଟି ଟଙ୍କାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।  ଏହି ପ୍ରକଳ୍ପଗୁଡିକ ମଧ୍ୟରେ ବାରଣାସୀ ସହର ଗ୍ୟାସ ଆବଣ୍ଟନ ପ୍ରକଳ୍ପ ଏବଂ ବାରଣାସୀ-ବାଲିଆ ଇଏମୟୁ ଟ୍ରେନ ରହିଛି । ପଞ୍ଚକୋସୀ ପରିକ୍ରମା ମାର୍ଗ ସମେତ ସ୍ମାର୍ଟ ସିଟି ମିଶନ ଏବଂ ନମାମୀ ଗଙ୍ଗେ ପ୍ରକଳ୍ପ ଅଧିନରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାସହିତ ବାରଣାସୀଠାରେ ଅନ୍ତର୍ଜାତୀୟ  ବ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories