www.samajalive.in
Sunday, December 14, 2025
26.1 C
Bhubaneswar

ଆସାମର ପ୍ରଥମ ଲିଙ୍ଗ ପରିବର୍ତ୍ତନକାରୀ ବିଚାରପତି

ଗୁଆହାଟୀ : ଆସାମର ପ୍ରଥମ ତଥା ଭାରତର ତୃତୀୟ ଲିଙ୍ଗ ପରିବର୍ତ୍ତନକାରୀ ବିଚାରପତି ଭାବେ ସ୍ୱାତୀ ବିଧାନ ବରୁଆ ଶନିବାର କାର୍ଯ୍ୟାରମ୍ଭ କରିଛନ୍ତି। ସେ ଅନ୍ୟ ୨୦ଜଣଙ୍କ ସହ ଆସାମ ବିଚାର ବିଭାଗରେ ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି ଦ୍ୱାରା ସମାଜରେ ପ୍ରଚଳିତ ଲିଙ୍ଗଗତ ପ୍ରଭେଦ ଦୂର ହେବ ଏବଂ ସେମାନଙ୍କର ଦକ୍ଷତା ପ୍ରତିପାଦନର ସୁଯୋଗ ସୃଷ୍ଟି ହେବ ବୋଲି ବରୁଆ ଆଶା ପ୍ରକଟ କରିଛନ୍ତି। ବରୁଆ ପୂର୍ବରୁ ପୁଅ ଥିବାବେଳେ ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ତାଙ୍କୁ ୨୦୧୨ରୁ ପରିବାର, ସମାଜ ସହିତ ସଂଘର୍ଷ କରିବାକୁ ପଡ଼ିଛି। ଏହାଛଡ଼ା ଆଇନଗତ ଲଢ଼େଇରେ ସେ ବିଜୟ ହାସଲ କରିଛନ୍ତି। ପୂର୍ବରୁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ବିଚାର ବିଭାଗରେ ଦୁଇ ଜଣ ଲିଙ୍ଗ ପରିବର୍ତ୍ତନକାରୀ ବିଚାରପତି ନିଯୁକ୍ତ ହୋଇଛନ୍ତି। ଜ୍ୟୋତିଆ ମଣ୍ଡଳ ହେଉଛନ୍ତି ଦେଶର ଏଭଳି ପ୍ରଥମ ବିଚାରପତି; ଯେ କି ୨୦୧୭ରେ ପଶ୍ଚିମବଙ୍ଗ ବିଚାର ବିଭାଗରେ ଯୋଗ ଦେଇଥିଲେ। ପରେ ଚଳିତ ବର୍ଷ ଫେବୃଆରୀରେ ବିଦ୍ୟା କାମ୍ବଲେ ମହାରାଷ୍ଟ୍ର ବିଚାର ବିଭାଗରେ ଯୋଗ ଦେଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories