www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ତାଳଚେର ସାର କାରଖାନାର ପୁନରୁଦ୍ଧାର ଏବଂ ଝାରସୁଗୁଡ଼ାର ବିମାନବନ୍ଦର ଲୋକପର୍ଣ କରିବା ଲାଗି ଶନିବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କର ଏହା ଦନିକିଆ ଗସ୍ତ। ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରଠାରୁ ଆରମ୍ଭ କରି ତାଳଚେର ଓ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏକାଧିକ ସରକାରୀ କାର୍ଯ୍ୟକ୍ରମ ଏବଂ ସାଧାରଣ ସଭା ନିମନ୍ତେ ୧୦୦ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଇଛି।
ଶୁକ୍ରବାର ଏଥିପାଇଁ ପୁଲିସ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ଏକ କାର୍‍କେଡ୍‍ ରିହରସାଲ୍‍ କରାଯାଇଛି ବୋଲି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। କେବଳ ବିଜୁ ପଟ୍ଟନାୟକ ବିମାନବନ୍ଦରର ସୁରକ୍ଷା ଏବଂ ରାଜଭବନ ପର୍ଯ୍ୟନ୍ତ ରାସ୍ତାର ସୁରକ୍ଷା ପାଇଁ ୧୫ ପ୍ଲାଟୁନ୍‍ ପୁଲିସ ଫୋର୍ସ ବ୍ୟବସ୍ଥା କରାଯାଇଥିବା ପୁଲିସ କମିସନର ସତ୍ୟଜିତ୍‍ ମହାନ୍ତି ସୂଚନା ଦେଇଛନ୍ତି।
ପୂର୍ବାହ୍ନ ୮ଟା ୫୫ ମିନିଟ୍‍ରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନ ବିବିଜେ ଯୋଗେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସ୍ୱାଗତ ଜଣାଇବା ଲାଗି ବିମାନ ବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‍, ମୁଖ୍ୟ ଶାସନସଚିବ ଆଦିତ୍ୟ ପାଢ଼ୀ, ପୁଲିସ ମହାନିର୍ଦେଶକ ଡାକ୍ତର ଶର୍ମା ଏବଂ ମେୟର ଅନନ୍ତନାରାୟଣ ଜେନା ଏବଂ ଅନ୍ୟ ପ୍ରମୁଖ ଅଧିକାରୀ ଓ ନେତୃମଣ୍ଡଳୀ ଉପସ୍ଥିତ ରହିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୮ଟା ୧୫ ମିନିଟ୍‍ରେ ତାଳଚେର ଅଭିମୁଖେ ହେଲିକପ୍ଟର ଯୋଗେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ସେହିପରି ଝାରସୁଗୁଡ଼ାର ନୂତନ ବିମାନ ବନ୍ଦର ଉଦ୍‍ଘାଟନ କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ ବୋଲି ଜଣାଯାଇଛି।

ଲୋକାର୍ପଣ ଅପେକ୍ଷାରେ ଥିବା ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଆଲୋକମାଳାରେ ସଜ୍ଜିତ

ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୯ଟା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଏମ୍‍ଆଇ-୮/୧୭ ହେଲିକପ୍ଟର ଯୋଗେ ତାଳଚେର ବ୍ଲାକ୍‍ ଡାଇମଣ୍ଡ ଷ୍ଟାଡିୟମ୍‍ ଅଭିମୁଖେ ବାହାରିବେ। ୯ଟା ୪୫ମିନିଟ୍‍ରେ ପହଞ୍ଚିବା ପରେ ୯ଟା ୫୦ରେ ସେଠାରୁ ବାହାରି ସଡ଼କ ପଥରେ ଏଫ୍‍ସିଆଇ ୟୁନିଟ୍‍ରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ତାଳଚେର୍‍ ସାର କାରାଖାନାରେ ସମ୍ପ୍ରସାରଣର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ୧୦ଟା ୨୫ ମିନିଟ୍‍ରେ ସେଠାରୁ ସଡ଼କ ପଥରେ ବକ୍ସି ଜଗବନ୍ଧୁ ଷ୍ଟାଡିୟମ୍‍ରେ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେବେ। ୧୧ଟା ୩୫ ମିନିଟ୍‍ରେ ବ୍ଲାକ୍‍ ଡାଇମଣ୍ଡ ଷ୍ଟାଡିୟମ୍‍ ହେଲିପାଡ୍‍ରୁ ଝାରସୁଗୁଡ଼ା ବିମାନବନ୍ଦର ଅଭିମୁଖେ ବାହାରିବେ। ୧୨ଟା ୩୫ ମିନିଟ୍‍ରେ ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନବନ୍ଦର ସହିତ ଏନ୍‍ଟିପିସିର ଖଣି, ଏମ୍‍ସିଏଲ୍‍ ଖଣି ଏବଂ ରେଲୱେ ଲାଇନ୍‍କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଉଡାନ୍‍ ଯୋଜନା ଅଧୀନରେ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ଚଳାଚଳ କରିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି।
ଦିନ ୧ଟା ୫ମିନିଟ୍‍ରେ ଝାରସୁଗୁଡ଼ା ବିମାନବନ୍ଦରରୁ ସଡ଼କ ପଥରେ ଯାଇ ୧ଟା୧୫ ମିନିଟ୍‍ରେ ପ୍ରଧାନମନ୍ତ୍ରୀ ଆମ୍‍ଲିପାଲ୍ଲୀରେ ଓଏମ୍‍ପିରେ ଏକ ସାଧାରଣ ସଭାରେ ଯୋଗଦେବେ। ୨ଟା ୫ ମିନିଟ୍‍ରେ ସେଠାରୁ ସଡକ ପଥରେ ବାହାରି ଝାରସୁଗୁଡା ବିମାନବନ୍ଦର ୨ଟା ୧୫ ମିନିଟ୍‍ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୨ଟା ୨୦ ମିନିଟ୍‍ରେ ଝାରସୁଗୁଡା ବିମାନବନ୍ଦରରୁ ବାହାରି ପ୍ରଧାନମନ୍ତ୍ରୀ ହେଲିକପ୍ଟରରେ ଛତିଶଗଡ଼ ଜାନିଗିର-ଚମ୍ପା ହେଲିପାଡ୍‍ ଅଭିମୁଖେ ବାହାରିବେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories