www.samajalive.in
Saturday, December 13, 2025
21.1 C
Bhubaneswar

‘ଜାତୀୟ ଶିକ୍ଷା ନୀତି‘ ନବଭାରତର ଆଶା ଆକାଂକ୍ଷା ଓ ଆବଶ୍ୟକତାକୁ ପୂରଣ କରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାତୀୟ ଶିକ୍ଷା ନୀତି-୨୦୨୦ ଏକବିଂଶ ଶତାବ୍ଦୀର ଭାରତକୁ ଏକ ନୂତନ ଦିଗ ପ୍ରଦାନ କରିବ। ଶୁକ୍ରବାର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ‘ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା’ ସମ୍ମିଳନୀକୁ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହା କହିଛନ୍ତି।

ଏହି ଶିକ୍ଷାନୀତି ନବଭାରତର ଆଶା ଆକାଂକ୍ଷା ଓ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏକ ମାଧ୍ୟମ ଭାବେ କାର୍ଯ୍ୟକରିବ ବୋଲି ସେ କହିଛନ୍ତି। ଗତ ୪-୫ ବର୍ଷ ଧରି ବିଭିନ୍ନ ବର୍ଗର କଠିନ ପରିଶ୍ରମ ବଳରେ ଏହି ନୂତନ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଶିକ୍ଷାନୀତିକୁ କାର୍ଯ୍ୟକାରୀ କରାଇବା ସକାଶେ ମାଇଁ ଗଭ୍‍ ପୋର୍ଟାଲକୁ ଗତ ଏକସପ୍ତାହ
ମଧ୍ୟରେ ଦେଶର ଶିକ୍ଷକମାନଙ୍କ ଠାରୁ ପ୍ରାୟ ୧୫ଲକ୍ଷ ପ୍ରସ୍ତାବ ଆସିଛି। ପିଲାମାନଙ୍କ ମଧ୍ୟରେ ଗାଣିତିକ ଚିନ୍ତନ ଓ ବୈଜ୍ଞାନିକ ମନୋଭାବର ବିକାଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଖପାଖର ପରିବେଶ ସମ୍ପର୍କିତ ଜ୍ଞାନ ପ୍ରଦାନ କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ୍‍। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବାସ୍ତବ ଜ୍ଞାନ ଆହରଣ କରିପାରିବେ। ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଦେଶରେ ଉତ୍ତମ ଶିକ୍ଷକମାନଙ୍କର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ସହଜ ଓ ସର୍ଜନାତ୍ମକ ଶିକ୍ଷା ପଦ୍ଧତି ବିକଶିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

- Advertisement -

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories