www.samajalive.in
Friday, December 12, 2025
16.1 C
Bhubaneswar

ରାଉରକେଲାରେ ପିଏମ୍ ସ୍ୱନିଧି ସୁବିଧା କେନ୍ଦ୍ରର ଶୁଭାରମ୍ଭ

ରାଉରକେଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ଶୁକ୍ରବାର ରାଉରକେଲା ମହାନଗର ନିଗମ ଦ୍ୱାରା ସ୍ଥାନୀୟ ଉଦିତ ନଗର ଥାନା ନିକଟରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ସୁବିଧା କେନ୍ଦ୍ର ବା ପିଏମ୍ ସ୍ୱନିଧି ସୁବିଧା କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଆଜି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ଦ୍ୱାରା ଏହି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଦୁଇ ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ ଓ ସୀତାଦେବୀ ମାଝିଙ୍କ ସମେତ ମୁଖ୍ୟ ଗୋଷ୍ଠୀ ସଂଗଠିକା ସୌଭାଗ୍ୟବତୀ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ପିଏମ୍ ସ୍ୱନିଧି ସୁବିଧା କେନ୍ଦ୍ରରେ ଆଧାର କାର୍ଡ ପ୍ରସ୍ତୁତ କରିବା, ତ୍ରୁଟି ସଂଶୋଧନ କରିବା, ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ ଅନଲାଇନ ଫର୍ମ ଦାଖଲ କରିବା, ବୁଲା ବିକାଳୀ ତଥା ଉଠା ଦୋକାନୀଙ୍କୁ ପରିଚୟ ପତ୍ର ତଥା ପ୍ରମାଣ ପତ୍ର ପ୍ରଦାନ ଆଦି କାର୍ଯ୍ୟ ସୁବିଧାରେ ହୋଇପାରିବ। ଏହି କେନ୍ଦ୍ର ପ୍ରତ୍ୟେକ କାର୍ଯ୍ୟ ଦିବସରେ ଦିନ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏହି କେନ୍ଦ୍ର ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ 8763333376 ନମ୍ବରରେ ଯୋଗାଯୋଗ କରିବା ଲାଗି ମହାନଗର ନିଗମ ପକ୍ଷରୁ କୁହାଯାଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସିଟି ମିଶନ ମ୍ୟାନେଜର, ଏନ୍.ୟୁ.ଏଲ୍.ଏମ୍ ସନ୍ତୋଷ କୁମାର ଭୂୟାଁ ପରିଚାଳନା କରିଥିଲେ।
ଏଠାରେ ସୂଚନାଯୋଗ୍ୟଯେ, କରୋନା ପ୍ରପୀଡିତ ବୁଲାବିକାଳୀ/ଉଠା ଦୋକାନୀ ମାନଙ୍କର ଥଇଥାନ ନିମନ୍ତେ ସରକାର, ପ୍ରଧାନମନ୍ତ୍ରୀ ବୁଲାବିକାଳୀ ଆତ୍ମନିର୍ଭର ଯୋଜନା ବା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଲାବିକାଳୀ ମାନେ ସୁବିଧାରେ କ୍ଷୁଦ୍ର ଋଣ ପାଇପାରିବେ। ଏଥିରେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବ୍ୟବସାୟ କରୁଥିବା ବୁଲାବିକାଳୀ ମାନଙ୍କୁ ଅନ୍ତଃର୍ଭୁକ୍ତ କରାଯାଇ ସେମାନଙ୍କୁ ସୁବିଧା ପ୍ରଦାନ କରାଯିବ। ଯେଉଁ ବୁଲାବିକାଳୀମାନେ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୨୪ ମାର୍ଚ୍ଚ, ୨୦୨୦ ପୂର୍ବରୁ ବ୍ୟବସାୟ କରୁଥିବେ, ସେମାନେ ଏହି ଯୋଜନାର ସୁବିଧା ପାଇପାରିବେ। ଏଥିଲାଗି ସେମାନେ ରାଉରକେଲା ମହାନଗର ନିଗମ ପକ୍ଷରୁ ବୁଲାବିକାଳୀ ପ୍ରମାଣପତ୍ର ପାଇଥିବା ଆବଶ୍ୟକ। ଯେଉଁମାନେ ପ୍ରମାଣ ପତ୍ର ପାଇନଥିବେ କିନ୍ତୁ ସର୍ଭେରେ ଚିହ୍ନଟ ହୋଇଥିବେ, ସେମାନେ ମଧ୍ୟ ଏହି ଯୋଜନା ଲାଗି ଯୋଗ୍ୟ ବିବେଚିତ ହେବେ। ସେହିପରି ଯେଉଁ ବୁଲାବିକାଳୀ ମାନେ ସର୍ଭେ ସରିଲା ପରେ ବ୍ୟବସାୟ ଆରମ୍ଭ କରିଥିବେ କିନ୍ତୁ ୨୪ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ନେଇ ସୁପାରିଶପତ୍ର ରାଉରକେଲା ମହାନଗର ନିଗମ କିମ୍ବା ଟାଉନ ଭେଣ୍ଡିଂ କମିଟି (TVC) ଠାରୁ ପାଇଥିବେ, ସେମାନେ ମଧ୍ୟ ଏହି ଯୋଜନାର ଲାଭ ନେଇପାରିବେ। ସହରର ଆଖପାଖ ଅଞ୍ଚଳରୁ ଆସି ରାଉରକେଲାରେ ଦୈନିକ ବ୍ୟବସାୟ କରୁଥିବା ବୁଲାବିକାଳୀ ମାନଙ୍କ ଲାଗି ମଧ୍ୟ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି। ଏ ସଂପର୍କିତ ସୁପାରିଶ ପତ୍ର, ଯଦି ସେମାନେ ରାଉରକେଲା ମହାନଗର ନିଗମ କିମ୍ବା ଟାଉନ ଭେଣ୍ଡିଂ କମିଟି (TVC) ଠାରୁ ପାଇଥିବେ, ତେବେ ସେମାନେ ବି ଏହି ଯୋଜନା ଲାଗି ଆବେଦନ କରିପାରନ୍ତି।
ଏହି ଯୋଜନା ମାଧ୍ୟମରେ ମାତ୍ର ୭% ସୁଧ ହାରରେ ବିନା ଅମାନତରେ ୧୦,୦୦୦/- ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇପାରିବ। ତେବେ ନିୟମିତ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଡିଜିଟାଲ/ମୋବାଇଲ ମାଧ୍ୟମରେ କାରବାର କରୁଥିବା ବ୍ୟବସାୟୀଙ୍କୁ ପୁରସ୍କୃତ କରାଯିବ । ମାସିକ କିସ୍ତି ହିସାବରେ ୧ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ପଡ଼ିବ। ନିୟମିତ କିସ୍ତି ଦେଉଥିବା ବ୍ୟବସାୟୀଙ୍କୁ ସୁଧରେ ରିହାତି ଦିଆଯିବ। ମୋବାଇଲ/ଡିଜିଟାଲ କାରବାର ମାଧ୍ୟମରେ ୧୨୦୦ ଟଙ୍କା ଜମା ଖାତାକୁ ଫେରିବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି। କେବଳ ଏତିକି ନୁହେଁ, ଯେଉଁ ବୁଲା ବିକାଳୀ ମାନେ ଠିକ ସମୟରେ ଋଣ ପରିଶୋଧ କରନ୍ତି, ସେମାନଙ୍କ ଲାଗି ପରବର୍ତ୍ତୀ ସମୟରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣର ବ୍ୟବସ୍ଥା ଅଛି । ସମସ୍ତ ପ୍ରକାରର ବ୍ୟାଙ୍କ୍, ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ, ଆଦି ଋଣ ପ୍ରଦାନ କରିବେ। ବ୍ୟାଙ୍କରେ ଥିବା ବ୍ୟାଙ୍କ ମିତ୍ର କିଓସ୍କ୍, ଜନସେବା କେନ୍ଦ୍ର କିମ୍ବା ନିଜେ ଇଣ୍ଟରନେଟ ମାଧ୍ୟମରେ ଏହି ଯୋଜନାରେ ଋଣ ଲାଗି ଯୋଗ୍ୟ ବୁଲା ବିକାଳୀମାନେ ଆବେଦନ କରିପାରିବେ। ତେବେ ବର୍ତ୍ତମାନ ଶୁଭାରମ୍ଭ ହୋଇଥିବା ପି.ଏମ୍. ସ୍ୱନିଧି ସୁବିଧା କେନ୍ଦ୍ରରେ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ।
ଋଣ ଆବେଦନ ପାଇଁ ଆଧାରକାର୍ଡ, ବ୍ୟାଙ୍କ ଜମା ଖାତା ନମ୍ବର, ବ୍ୟାଙ୍କ ଶାଖାର ନାମ ଓ ଆଇଏଫଏସସି କୋଡ଼. ନିହାତି ଜରୁରୀ ତା ସାଙ୍ଗକୁ ଭୋଟ ପରିଚୟ ପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ବା ଖାଉଟି କାର୍ଡ କିମ୍ବା ଅନ୍ୟାନ୍ୟ ସରକାରୀ ଅନୁମୋଦିତ କାଗଜପତ୍ର ଥିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୁଲାବିକାଳୀମାନଙ୍କ ଜୀବିକାକୁ ସଜାଡି ହେବ ଏବଂ ତା ସାଙ୍ଗକୁ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ସଫଳତା ମିଳିପାରିବ। ଏ ସଂପର୍କିତ ସବିଶେଷ ବିବରଣୀ http://pmsvanidhi.mohua.gov.in ୱେବସାଇଟରେ ଉପଲବ୍ଧ ଅଛି। ତାସାଙ୍ଗକୁ ଇଚ୍ଛୁକ ବୁଲା ବିକାଳୀ ମାନେ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଯୋଜନା ନିମନ୍ତେ ଜାରି ମୋବାଇଲ ନମ୍ବର – 8763333376 ରେ ଯୋଗାଯୋଗ କରିବା ତଥା  ଖୋଲିଥିବା ପିଏମ୍ ସ୍ୱନିଧି ସୁବିଧା କେନ୍ଦ୍ରକୁ ଆସି ସେଠାରେ ଯୋଗାଯୋଗ କରି ଏହି ଯୋଜନାର ଲାଭ ପାଇପାରିବେ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories