www.samajalive.in
Wednesday, December 10, 2025
23.1 C
Bhubaneswar

କୃଷି ଆଇନ କୃଷକଙ୍କ ପାଇଁ ବରଦାନ – ପ୍ରଧାନମନ୍ତ୍ରୀ ମୋଦୀ

ଦେଶରେ କୃଷିକ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରଧର୍ମୀ ପଦକ୍ଷେପ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ରେଡ଼ିଓ ମାଧ୍ୟମରେ ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ କୃଷକମାନଙ୍କର ବହୁଦିନର ଦାବି ପୂରଣ କରିବା ଦିଗରେ ସରକାର ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ସଂସଦ କୃଷି କ୍ଷେତ୍ରର ସଂସ୍କାରକୁ ଆଇନର ମାନ୍ୟତା ଦେଇଛି। ସେ କହିଛନ୍ତି, ଏହି ସଂସ୍କାର ଫଳରେ ପ୍ରତ୍ୟେକ ବର୍ଗର ଚାଷୀ ସେମାନଙ୍କର ଅଧିକାର ଓ ସୁଯୋଗ ପାଇବାରେ ସକ୍ଷମ ହେବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଜଣେ କୃଷକ ଜିତେନ୍ଦ୍ର ଭୋଇଜୀଙ୍କ ପ୍ରସଙ୍ଗ ଉତ୍‍ଥାପନ କରି କହିଛନ୍ତି, ସେହି ଚାଷୀ ଜଣକ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରି ସର୍ବାଧିକ ମୂଲ୍ୟ ପାଇପାରିଛନ୍ତି। ସେ କହିଛନ୍ତି, ପ୍ରକୃତ ଜ୍ଞାନ ହିଁ ମନୁଷ୍ୟକୁ ଅନ୍ଧବିଶ୍ୱାସରୁ ଦୂରେଇ ରଖେ ଏବଂ ଗୁଜବ ମଣିଷକୁ ବିନାଶ ଆଡ଼କୁ ନେଇଯାଏ। ପ୍ରଧାନମନ୍ତ୍ରୀ ରାଜସ୍ଥାନର ବାରନ୍‍ ଜିଲ୍ଲାର ମହମ୍ମଦ ଅସଲମ୍‍ଙ୍କ ବିଷୟ ଉତ୍‍ଥାପନ କରି କହିଛନ୍ତି, ମହମ୍ମଦ ଏକ କୃଷି ଉତ୍ପାଦ ସଙ୍ଗଠନର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ହ୍ୱାଟ୍‍ସ୍‍ଆପ୍‍ ଗ୍ରୁପ୍‍ ମାଧ୍ୟମରେ ନିଜ ଅଞ୍ଚଳର ଚାଷୀମାନଙ୍କୁ ସଚେତନ କରାଉଛନ୍ତି। ସେହି ଗ୍ରୁପ୍‍ରେ ମହମ୍ମଦ ନିକଟବର୍ତ୍ତୀ ଅଞ୍ଚଳରେ ମଣ୍ଡିଗୁଡ଼ିକ ବିଷୟରେ ସୂଚନା ଦେବା ସହ ତାଙ୍କ ସଙ୍ଗଠନ ଚାଷୀମାନଙ୍କଠାରୁ ଶସ୍ୟ କ୍ରୟ କରୁଛି।

- Advertisement -

ପ୍ରଧାନମନ୍ତ୍ରୀ ଆଜି ମନ୍‍ କୀ ବାତରେ ହରିୟାଣା କୈଥାଲ୍‍ ଜିଲ୍ଲାର ବୀରେନ୍ଦ୍ର ଯାଦବଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବୀରେନ୍ଦ୍ର ୨ ବର୍ଷ ପୂର୍ବେ ଅଷ୍ଟ୍ରେଲିଆରୁ ଫେରିବା ପରେ ଜମିରେ ଫସଲ ମୂଳ ଜାଳିବା ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ଏକ ଷ୍ଟ୍ର-ବେଲର୍‍ ମେସିନ୍‍ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ଏଥିପାଇଁ ତାଙ୍କୁ କୃଷି ବିଭାଗ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ୨ ବର୍ଷ ମଧ୍ୟରେ ସେ ଏହି ମେସିନ୍‍ ବିକ୍ରୟ କରି ୨ କୋଟିରୁ ଊର୍ଦ୍ଧ୍ବ ଅର୍ଥ ଆୟ କରିଥିବା ବେଳେ ୫୦ ଲକ୍ଷ ଟଙ୍କା ଲାଭ କରିଛନ୍ତି। ଶ୍ରୀ ମୋଦୀ ଯୁବପିଢ଼ିକୁ ଆହ୍ୱାନ ଦେଇ କହିଛନ୍ତି, ସେମାନେ ନିକଟବର୍ତ୍ତୀ ଅଞ୍ଚଳକୁ ଯାଇ ଚାଷୀମାନଙ୍କ ସହ କଥା ହୋଇ ସେମାନଙ୍କୁ ସଚେତନ କରାନ୍ତୁ ଏବଂ କୃଷିକ୍ଷେତ୍ର ପାଇଁ ନୂତନ ଉଦ୍ଭାବନରେ ଚେଷ୍ଟା ଜାରି ରଖନ୍ତୁ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories