www.samajalive.in
Wednesday, December 10, 2025
23.1 C
Bhubaneswar

ଦୁର୍ଘଟଣାରେ ଯୁବକ ମୃତ

ନବରଙ୍ଗପୁର: ଆଜି ସକାଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମାଝିଗୁଡା ଛକ ନିକଟରେ ଏକ ମୋଟର ସାଇକେଲ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଯୁବକର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତା ରେ ମାଝିଗୁଡା ଗ୍ରାମ ଛକ ନିକଟରେ କାମତା ଗ୍ରାମରୁ ସପନ ଭତ୍ରା (୨୦) ଏକ ମୋଟରସାଇକେଲ ନଂ ଓଡି ୨୪ ସି ୪୧୬୬ ଯୋଗେ ଡାବୁଗାଁ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ କଡକୁ ଓଲଟି ପଡି ଗୁରୁତର ଆଘାତ ହୋଇଥିଲେ। ପରେ ଗ୍ରାମବାସୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ୧ ଘଣ୍ଟା ସମୟ ଅପେକ୍ଷା କରିଥିଲେ। ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଲୋକେ ଅନ୍ୟ ଏକ ମୋଟର ସାଇକେଲରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୦୮ ଆମ୍ବୁଲାନ୍ସ ଆସିବାର ବିଳମ୍ବ ଯୋଗୁଁ ସେହି ଯୁବକର ମୃତ୍ୟୁ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଝରିଗାଁ ବ୍ଲକ ଅଧୀନ ଆମ୍ଳିଯୋଡି ଗ୍ରାମର ବୋଲି ଜଣାପଡିଛି। ସେ ଗତକାଲି ନିଜ ମାଉସୀ ଲଛନଦେଇ ଭତ୍ରାଙ୍କୁ ତାଙ୍କ ଘରୁ ଆଣି କାମତା ଗ୍ରାମରେ ଛାଡି ଥିଲେ। ଆଜି ନିଜ ଗ୍ରାମ ଆମ୍ଳିଯୋଡି ଗ୍ରାମକୁ ଫେରୁଥିଲେ। ଦୁର୍ଘଟଣାର ୨ ଘଣ୍ଟା ପର୍ୟ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିଲା। ଖବର ପାଇଁ ତୁରନ୍ତ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ପୁଣି ସେଠାରୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେଦ୍ରରେ ପହିଞ୍ଚି ଯୁବକର ମୃତ୍ୟୁ ଖବର ଜାଣିବା ପରେ ପ୍ରତିନିଧି ପୋଲିସକୁ ଖବର ଦେବାପରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories