www.samajalive.in
Wednesday, December 10, 2025
16.1 C
Bhubaneswar

‘ଉଦ୍ୟୋଗ‌ ପ୍ରତିଷ୍ଠାରେ ମତ୍ସ୍ୟ ବିଜ୍ଞାନ ସହାୟକ ହୋଇ ପାରିବ’

ନବରଙ୍ଗପୁର:ମତ୍ସ୍ୟ ବିଜ୍ଞାନରେ ଗବେଷଣା ସହ ଅନେକ ଉଦ୍ୟୋଗୀ ହୋଇ ପାରିବେ ବୋଲି କେନ୍ଦ୍ରୀୟ ମତ୍ସ୍ୟ ଜ୍ଞାନ କୌଶଳ ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡଃ ସତ୍ୟେନ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ‘ମୁଁ ବି ସମର୍ଥ’ କାର୍ଯ୍ୟକ୍ରମର ତ୍ରୟୋଦଶତମ ଅଧ୍ୟାୟରେ ଭାଗ ନେଇ ବିଦ୍ୟାର୍ଥୀମାନେ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାର ବିଭିନ୍ନ ଅନୁଷ୍ଠାନରେ ଗବେଷଣା କରିବା ସହ ଅନେକ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ ବୋଲି ସେ ପ୍ରକାଶ କରିଥିଲେ । କାଶ୍ମୀର ମତ୍ସ୍ୟ ବିଜ୍ଞାନ ମହା ବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଏମ୍.ଡି.ଆସରଫ୍ ଭାଗ ନେଇ ଅଧ୍ୟାପନା ସହ ଶିଳ୍ପ ଏବଂ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ମତ୍ସ୍ୟ ବିଜ୍ଞାନ ସହାୟକ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ।

ନେଦରଲାଣ୍ଡ ୱାର୍ଲ୍ଡ ଫିସର ସ୍ନିଗ୍ଧାଜ୍ୟୋତି ଶତପଥୀ ଭାଗ ନେଇ ୟୁରୋପ ମହାଦେଶ ରେ କିପରି ମତ୍ସ୍ୟ ବିଜ୍ଞାନ ରେ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି ଏବଂ ସେଠାରେ ରହିଥିବା ସୁଯୋଗ ସମ୍ପର୍କରେ କହିଥିଲେ। ନରୱେ ନର୍ଡ ବିଶ୍ବବିଦ୍ୟାଳୟର ବରିଷ୍ଠ ଗବେଷକ ପାର୍ଥ ସାରଥି ତ୍ରିପାଠୀ ମତ୍ସ୍ୟ ବିଜ୍ଞାନରେ କ୍ୟାରିୟର ଓ ଗବେଷଣାର ପଦ୍ଧତି ସମ୍ପର୍କରେ କହିଥିଲେ । ଓଡ଼ିଶାର ତିସ୍ସା ଏଗ୍ରିଭେଞ୍ଚର୍ ଉଦ୍ୟୋଗୀ ଡ଼ଃ ନୀନା ସିଂ ମୁକ୍ତାଚାଷର ପଦ୍ଧତି ଓ ସୁଯୋଗ ସମ୍ପର୍କରେ ନିଜର ଅଭିଜ୍ଞତା କହିବା ସହ ମଧୁରଜଳରେ ମୁକ୍ତା ଚାଷରେ ରହିଥିବା ସୁଯୋଗ ସମ୍ପର୍କରେ କହିଥିଲେ। ‘ମୁଁ ବି ସମର୍ଥ’ କାର୍ୟ୍ୟକ୍ରମର ସଂଯୋଜକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କ୍ୟାରିୟର କାର୍ୟ୍ୟକ୍ରମ ମାଧ୍ୟମରେ ବିଦ୍ୟାର୍ଥୀ ଓ ବୈଜ୍ଞାନିକ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସଙ୍ଗେ ସଙ୍ଗେ ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ କ୍ୟାରିୟର ଜ୍ଞାନ ଆରୋହଣ ଦିଗରେ ସହାୟକ ହୋଇ ପାରିଛି ବୋଲି ସେ ପ୍ରକାଶ କରିଥିଲେ। ରାଜ୍ୟ ଏବଂ ବିଭିନ୍ନ ପ୍ରଦେଶର ଛାତ୍ରଛାତ୍ରୀ ଉଦ୍ୟୋଗ ପ୍ରତିଷ୍ଠା ଓ କ୍ୟାରିୟର ସମ୍ପର୍କରେ ବିଶେଷଜ୍ଞଙ୍କ ଠାରୁ ପଚାରି ବୁଝିଥିଲେ। ବିଭିନ୍ନ ଦେଶର ଓଡ଼ିଆ ବୈଜ୍ଞାନିକ ମାନେ ମଧ୍ୟ ‘ମୁଁ ବି ସମର୍ଥ’କାର୍ୟ୍ୟକ୍ରମ ରେ ସାମିଲ୍ ହୋଇ ଥିଲେ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories