www.samajalive.in
Saturday, December 6, 2025
14.1 C
Bhubaneswar

ଶନିବାର ଆଇଆଇଏମ୍‍ ସମ୍ବଲପୁର କ୍ୟାମ୍ପସ୍‍ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସମ୍ବଲପୁର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨ ତାରିଖ ଶନିବାର ଦିନ ସମ୍ବଲପୁର ଆଇଆଇଏମ୍‍ କ୍ୟାମ୍ପସ୍‍ର ଶିଳାନ୍ୟାସ କରିବେ। ଭର୍ଚୁଆଲ ମାଧ୍ୟମରେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇଲେ୍‍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ, କେନ୍ଦ୍ର ଏମ୍‍ଏସ୍‍ଏମ୍‍ଇ, ପ୍ରାଣୀସମ୍ପଦ ଓ ମତ୍ସ୍ୟବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସେହିପରି ସାଂସଦ ନୀତିଶ ଗଙ୍ଗଦେବ, ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାୟକ, ଆଇଆଇଏମ୍‍ ସମ୍ବଲପୁରର ବୋର୍ଡ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଏବଂ ଆଇଆଇଏମ୍‍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟଶ୍ୱାଲ ପ୍ରମୁଖ କାର୍ଯ୍ୟରେ ଅଂଶଗ୍ରହଣ କରିବେ।
ଭର୍ଚୁଆଲ ମାଧ୍ୟମରେ ପ୍ରାୟ ୫ ହଜାର ନିମନ୍ତ୍ରିତ ଅତିଥି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇଏମ୍‍ ସମ୍ବଲପୁରର ନିର୍ଦ୍ଦେଶକ ଶ୍ରୀ ଜୟଶ୍ୱାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦୀର୍ଘ ୫ ବର୍ଷ ଧରି ଏହି ପ୍ରତିଷ୍ଠାନ କାର୍ଯ୍ୟ କରୁଥିଲେ ମଧ୍ୟ ଏହାର ନିଜସ୍ୱ କ୍ୟାମ୍ପସ୍‍ ନଥିଲା। ଏବେ ୨ହଜାର ଏକର ପରିମିତ ଜମିରେ ପ୍ରଧାନମନ୍ତ୍ରୀ ଏହି ପ୍ରତିଷ୍ଠାନର ନୂତନ କ୍ୟାମ୍ପସ୍‍ ନିର୍ମାଣର ଶିଳାନ୍ୟାସ କରିବେ। ଏଥିପାଇଁ ୪୦୧ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ୨୦୨୨ ମସିହା ଏପ୍ରିଲ୍‍ ମାସ ସୁଦ୍ଧା ଏହାର ନିର୍ମାଣ ଶେଷ ହେବ ବୋଲି ଶ୍ରୀ ଜୟଶ୍ୱାଲ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories