www.samajalive.in
Sunday, December 14, 2025
19.1 C
Bhubaneswar

୧୭ରେ ଜାତିସଂଘକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖରେ ଜାତିସଂଘରେ ଗୁରୁତ୍ଵପୂର୍ଣ୍ଣ ଉଦବୋଧନ ଦେବେ। ଜାତିସଂଘର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ପୂର୍ବ ସନ୍ଧ୍ୟାରେ ନ୍ୟୁୟର୍କରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି କହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତା ଲାଭ ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଉଦବୋଧନ ହେବ।

ଏହା ପୂର୍ବରୁ ମୋଦୀ ଗତବର୍ଷ ସେପ୍ଟେମ୍ବରରେ ଜାତିସଂଘର ସାଧାରଣ ସଭାରେ ଉଦବୋଧନ ଦେବା ସହିତ ବିଶ୍ଵ ସମୁଦାୟକୁ ଆତଙ୍କବାଦ ବିରୋଧରେ ଏକଜୁଟ ହେବାକୁ ଆହ୍ବାନ କରିଥିଲେ। ସୂଚନାଯୋଗ୍ୟ, ନିକଟରେ ଭାରତ ବହୁମତ ସହିତ ଜାତିସଂଘ ସୁରକ୍ଷା ପରିଷଦରେ ବିଜୟ ହାସଲ କରିଥିଲା। ଏସିଆ-ପାସିଫିକ ରାଷ୍ଟ୍ର ସମୂହ ତରଫରୁ ସମର୍ଥିତ ଭାରତକୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ଲାଗି ୧୯୨ ରାଷ୍ଟ୍ର ଭୋଟ ଦେଇଥିବାବେଳେ ସେଥିରୁ ୧୮୪ ରାଷ୍ଟ୍ର ଭାରତକୁ ସମର୍ଥନ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories