ଆଉ ୩ ମୁଣ୍ଡ ନେଲା କରୋନା, ୭୭ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା
ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୩ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। ବୁଧବାର ମୃତ୍ୟୁ ବରଣ କରିଥିବା ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାରେ ମୃତକଙ୍କ ସଂଖ୍ୟା ୭୭ରେ ପହଞ୍ଚଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।
3. An 86-year old Male of Ganjam district who was also suffering from chronic Hypertension.
— H & FW Dept Odisha (@HFWOdisha) July 15, 2020
ବୁଧବାର ମୃତ୍ୟୁବରଣ କରିଥିବା ୩ ମୃତଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ଓ ୨ଜଣ ଗଞ୍ଜାମ ବୋଲି ଜଣାପଡିଛି । ଭୁବନେଶ୍ୱରର ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ ୭୨ବର୍ଷ ଓ ସେ ପୁରୁଷ ବୋଲି ଜଣପଡିଛି । ସେହିପରି ଗଞ୍ଜାମ ଜିଲାରୁ ଜଣେ ୮୬ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଆଉ ଜଣେ ୬୫ବର୍ଷୀୟ ପୁରୁଷ ବୋଲି ଜଣାପଡିଛି ।
2. A 52-year old Male of Khordha district who passed away due to Coronary Artery Disease with Left Ventricular Dysfunction.
— H & FW Dept Odisha (@HFWOdisha) July 15, 2020
ସେହିପରି ରାଜ୍ୟରୁ ବୁଧବାର ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ମୃତ୍ୟୁ ବରଣ କରିଥିବା ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଜିଲାରୁ ହୋଇଥିବା ବେଳେ ଜଣେ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.