www.samajalive.in
Tuesday, December 9, 2025
23.1 C
Bhubaneswar

ଜାଲିଆନାୱାଲା ବାଗ ଗଣହତ୍ୟା; ଶହୀଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଜାଲିଆନାୱାଲା ବାଗ୍‌ ଗଣହତ୍ୟାକୁ ମଙ୍ଗଳବାର ୧୦୨ ବର୍ଷ ପୂରଣ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣହତ୍ୟାର ଶିକାର ହୋଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ଆପଣମାନଙ୍କ ସାହସ, ବଳିଦାନ ଏବଂ ବୀରତା ପ୍ରତି ଭାରତୀୟଙ୍କୁ ଶକ୍ତି ଯୋଗାଉଛି।

ଉଲ୍ଲେଖଯୋଗ୍ୟ, ଦେଶ ସ୍ବାଧୀନତାର ଇତିହାସରେ ୧୯୧୯ ଏପ୍ରିଲ ୧୩ ତାରିଖକୁ ଏକ କଳାଦିବସ ଭାବେ ବିବେଚନା କରାଯାଉଛି। ସେହିବର୍ଷ ଆଜିର ଦିନରେ ଅମୃତସରର ଜାଲିଆନାୱାଲାବାଗରେ ଶାନ୍ତିପୂର୍ଣ୍ଣ ଭାବେ ସଭା କରିବା ଲାଗି ଏକାଠି ହୋଇଥିବା ହଜାର ହଜାର ଭାରତୀୟଙ୍କ ଉପରେ ବ୍ରିଟିଶ ସରକାରର ସିପାହୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ଶତାଧିକ ଭାରତୀୟ ଶହୀଦ ହୋଇଥିଲେ। ବହୁ ଲୋକ ଆହତ ହୋଇଥିଲେ। ଇତିହାସ ପୃଷ୍ଠାରେ ଲେଖାଥିବା ଏହି ଘଟଣାକୁ ଜାଲିଆନାୱାଲାବାଗ ନରସଂହାର ଭାବେ ଦର୍ଶାଯାଇଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories