ଆଜି ଉତ୍ତରାଖଣ୍ଡରେ ୬ଟି ବଡ଼ ପ୍ରକଳ୍ପକୁ ଉଦ୍ଘାଟନ କରିବେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ନମାମି ଗଙ୍ଗେ ମିଶନ୍ ଅଧୀନରେ ଉତ୍ତରାଖଣ୍ଡରେ ୬ଟି ବଡ଼ ପ୍ରକଳ୍ପକୁ ଉଦ୍ଘାଟନ କରିବେ। ସେହି ପ୍ରକଳ୍ପ ମଧ୍ୟରେ ଦୈନିକ ୬୮ ନିୟୁତ ଲିଟର ନର୍ଦ୍ଦମା ଜଳ ପରିଷ୍କାର କାରଖାନା, ଜଗଜିତପୁରଠାରେ ଦୈନିକ ୨୭ ନିୟୁତ ଲିଟର ନର୍ଦ୍ଦମା ଜଳ ପରିଷ୍କାର କାରଖାନାର ମରାମତି ଓ ହରିଦ୍ୱାରର ସରାଇଠାରେ ଦୈନିକ ୧୮ ନିୟୁତ ଲିଟର ନର୍ଦ୍ଦମା ଜଳ ପରିଷ୍କାର କାରଖାନା ନିର୍ମାଣ ଆଦି ଅନ୍ତର୍ଭୁକ୍ତ। ଜଗଜିତପୁର ପ୍ରକଳ୍ପ ସରକାରୀ ବେସରକାରୀ ଭାଗିଦାରୀରେ ନିର୍ମାଣ କରାଯାଇଛି।
ଶ୍ରୀ ମୋଦୀ ରୁଷିକେଶର ଲକଡ଼ଘାଟ ଠାରେ ଦୈନିକ ୨୬ ନିୟୁତ ଲିଟର ନର୍ଦ୍ଦମା ଜଳ ପରିଷ୍କାର କାରଖାନାକୁ ମଧ୍ୟ
ଉଦ୍ଘାଟନ କରିବେ। ହରିଦ୍ୱାର ରୁଷିକେଶ ଜୋନ୍ରୁ ଗଙ୍ଗାନଦୀ ମଧ୍ୟକୁ ଶତକଡ଼ା ୮୦ଭାଗ ନର୍ଦ୍ଦମା ଜଳ ପ୍ରବେଶ କରୁଛି। ସେହି ଦୃଷ୍ଟିରୁ ଏହି କାରଖାନାଗୁଡ଼ିକର ନିର୍ମାଣ ଦ୍ୱାରା ଗଙ୍ଗାନଦୀକୁ ଅନେକ ମାତ୍ରାରେ ପ୍ରଦୂଷଣ ମୁକ୍ତ ରଖାଯାଇ ପାରିବ।
Comments are closed.