ପାକିସ୍ତାନକୁ ମୋଦୀଙ୍କ ଚେତାବନୀ; ପରମାଣୁ ବୋମା ଦୀପାବଳି ପାଇଁ ରଖିନୁ

ବାଡ଼ମେର : ରାଜସ୍ଥାନ ବାଡମେରାର ରବିବାର ଆୟୋଜିତ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଖୋଲାଖୋଲି ଚେତବାନୀ ଦେଇଛନ୍ତି। ପାକିସ୍ତାନର ପରମାଣୁ ବୋମା ଧମକ ପରିପ୍ରେକ୍ଷୀରେ ମୋଦୀ ଜବାବ ରଖିଛନ୍ତି। ପାକିସ୍ତାନକୁ ଚେତାବନୀ ଦେଇ ମୋଦୀ କହିଛନ୍ତି ଯେ ଆମେ ପରମାଣୁ ବୋମା ଦୀପାବଳି ପାଇଁ ରଖିନାହୁଁ।
ସଭାରେ ମୋଦୀ କହିଛନ୍ତି ଯେ ପାକିସ୍ତାନ ପ୍ରାୟ ଦିନ ଭାରତ ଉପରେ ପରମାଣୁ ବୋମା ପକାଇବାର ଧମକ ଦେଇଆସୁଥିଲା। କହୁଥିଲା ଆମ ପାଖରେ ପରମାଣୁ ବୋମାର ବଟନ ଅଛି। ଭାରତ ଏବେ ଏଭଳି ଧମକକୁ ଡରିବା ନୀତି ଛାଡ଼ି ଦେଇଛି। ଫଳରେ ପାକିସ୍ତାନ ଆଉ ଏଭଳି ଧମକ ଦେବାକୁ ଡରୁଛି। କାରଣ ଆମ ପାଖରେ ବି ପରମାଣୁ ବୋମାର ବଟନ ଅଛି ଓ ଆମେ ଏ ସବୁ ବୋମା ଦୀପାବଳି ପାଇଁ ରଖିନୁ।
ଏହାସହ ମୋଦୀ କଂଗ୍ରେସ ଉପରେ ବର୍ଷିଥିଲେ। କହିଥିଲେ ଯେ ଆମେ ପାକିସ୍ତାନ ଘରେ ପଶି ଆତଙ୍କବାଦୀଙ୍କୁ ମାରିଲୁ। କ୍ଷତ ସେଠି ହେଲା, ହେଲେ କଷ୍ଟ ଏଠି ଦେଖିବାକୁ ମିଳିଲା। ଆଜିର ଭାରତ ବିନାଯୁଦ୍ଧରେ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କୁ ନିପାତ କରୁଛି। ଆମେ ଆତଙ୍କବାଦୀଙ୍କ ମନରେ ଭୟ ସୃଷ୍ଟି କରିଛୁ। ଆପଣଙ୍କ ଭୋଟ ଯୋଗୁଁ ଆଜି ଦେଶରେ ଆତଙ୍କବାଦୀ ଆକ୍ରମଣ କମିଛି। ପାକିସ୍ତାନ ଏବେ ଏକ ଘରିଆ ହୋଇଯାଇଛି ଓ ବିଶ୍ୱସାରା ଭିକ ମାଗୁଛି। ଦେଶର ସୁରକ୍ଷା ପାଇଁ ଆମେ ସବୁ କିଛି କରିପାରିବୁ। ଭାରତ ଏବେ ଜଳ, ସ୍ଥଳ, ଆକାଶ ଏବଂ ମହାକାଶ ସବୁଠୁ ଶକ୍ତିଶାଳୀ ଅଛି। ପାକିସ୍ତାନକୁ ଆମେ ମୁକାବିଲା କରିବା ସ୍ଥିତିରେ ଛାଡିବୁନାହିଁ।

Comments are closed.