www.samajalive.in
Saturday, December 6, 2025
16.1 C
Bhubaneswar

ବିଶାଖାପାଟଣା ଗ୍ୟାସ ଲିକ୍ ଘଟଣା : ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଶାଖାପାଟଣା ଗ୍ୟାସ ଲିକ ଘଟଣା ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଛନ୍ତି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକ ତଥା ଦୁର୍ଘଟଣାସ୍ଥଳୀର ସୁରକ୍ଷା ନେଇ ନିଆଯାଇଥିବା ପଦକ୍ଷେପର ସେ ବିସ୍ତୃତ ସମୀକ୍ଷା କରିଥିଲେ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଜି. କିଷନ ରେଡ୍ଡୀ ଉପସ୍ଥିତ ଥିଲେ ।

ଗୁରୁବାର ସକାଳେ ଏହି ଦୁର୍ଘଟଣାର ଖବର ମିଳିବା କ୍ଷଣି ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ତରଫରୁ ସମସ୍ତ ସହାୟତା ପ୍ରଦାନ କରିବାକୁ ଆଶ୍ଵାସନା ଦେଇଛନ୍ତି । ଉଭୟେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ନିୟମିତ ଏହାର ତଦାରଖ କରୁଛନ୍ତି । ଏହି ବୈଠକ ପରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଆଉ ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଗୃହ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ରସାୟନ ଓ ପେଟ୍ରୋକେମିକାଲ, ଫର୍ମାସ୍ୟୁଟିକାଲ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ, ଜାତୀୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷର ସଦସ୍ୟ, ଜାତୀୟ ବିପର୍ୟ୍ୟୟ ପ୍ରଶମନ ବଳ (ଏନଡିଆରଏଫ)ର ମହାନିର୍ଦ୍ଦେଶକ, ଡିଜିଏଚଏସର ମହାନିର୍ଦ୍ଦେଶକ, ଏମ୍ସର ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ପୁଣେସ୍ଥିତ ଏନଡିଆରଏଫର କେମିକାଲ, ବାୟୋଲୋଜିକାଲ, ରେଡିଓଲୋଜିକାର ଏଣ୍ଡ ନ୍ୟୁକ୍ଲିୟର (ସିବିଆରଏନ) ୟୁନିଟ, ନାଗପୁରସ୍ଥିତ ଜାତୀୟ ପରିବେଶ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନ (ଏନଇଇଆରଆଇ)ର ଟିମ ଏହି ଦୁର୍ଘଟଣା ମୁକାବିଲାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ପ୍ରଶାସନକୁ ସହାୟତା କରିବା ଲାଗି ତୁରନ୍ତ ପ୍ରସ୍ଥାନ କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ।

- Advertisement -

ଆଜି ଭୋର ୩ଟା ବେଳେ ବିଶାଖାପାଟଣା ଜିଲ୍ଲାର ଆରଆର ଭେଙ୍କଟପୁରମ ଗ୍ରାମରେ ଏକ କେମିକାଲ ପ୍ଳାଣ୍ଟରେ ଷ୍ଟିରିନ ଗ୍ୟାସ ଲିକ ଦୁର୍ଘଟଣା ଘଟିଥିଲା । ଏହାର ପରିପାର୍ଶ୍ଵରେ ଥିବା ଗ୍ରାମ ନାରାଭା, ବି.ସି. କଲୋନୀ, ବାପୁଜୀନଗର, କାମ୍ପାଲାପାଲେମ ଏବଂ କ୍ରୀଷ୍ଣାନଗର ଗ୍ରାମକୁ ପ୍ରଭାବିତ କରିଥିଲା । ଷ୍ଟିରିନ ଏକ ବିଷାକ୍ତ ଗ୍ୟାସ ଏବଂ ଏହା ଚର୍ମ ଓ ଆଖି ସମସ୍ୟା, ଶ୍ଵାସକ୍ରିୟାରେ ଅସୁବିଧା ଓ ଅନ୍ୟ ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଉଭୟ ଏନଡିଆରଏଫ ଓ ସିବିଆରଏନ ଟିମକୁ ବିଶାଖାପାଟଣାରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ସହାୟତା ଲାଗି ତୁରନ୍ତ ମୁତୟନ କରାଯାଇଛି । ପ୍ଳାଣ୍ଟରେ ଏବଂ ଏହାର ଆଖପାଖରେ ରହୁଥିବା ଲୋକମାନଙ୍କୁ ଏନଡିଆରଏଫ ଉଦ୍ଧାର କରିଛି । ଏନଡିଆରଏଫର ସିବିଆରଏନ ୟୁନିଟ ଏବଂ ନାଗପୁର ଏନଇଇଆରଆଇର ବିଶେଷଜ୍ଞ ଦଳ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛନ୍ତି । ଏଥିସହିତ ଡିଜିଏଚଏସ ମଧ୍ୟ ଘଟଣାସ୍ଥଳୀରେ ମେଡିକାଲ ପରାମର୍ଶ ଯୋଗାଇଦେବ ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories