www.samajalive.in
Sunday, December 7, 2025
23.1 C
Bhubaneswar

୪୧ କୋଇଲା ଖଣିର ନିଲାମ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧୀନରେ ଗରୋଇ କ୍ଷେତ୍ର ପାଇଁ ୪୧ କୋଇଲା ଖଣିର ନିଲାମ ପ୍ରକ୍ରିୟା ଶୁଭାରମ୍ଭ କରିଛନ୍ତି। ଦେଶବାଦୀଙ୍କୁ ଉଦବୋଧନ ଦେବା ଅବସରରେ ମୋଦୀ କହିଛନ୍ତି, ବିପର୍ଯ୍ୟୟ ସମୟରେ ଆଖିରୁ ଲୁହ ବୁହାଇବା ଭାରତର ପ୍ରକୃତି ନୁହେଁ। ଆମେ ଏହି କରୋନା ସଙ୍କଟକୁ ଅବସରରେ ବଦଳାଇବୁ। ଭାରତ କରୋନା ସହିତ ଲଢ଼େଇ କରିବ ଏବଂ ଆଗକୁ ବଢ଼ିବ। ଏହି ସଙ୍କଟ ଭାରତକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ଦେଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆତ୍ମନିର୍ଭର ଭାରତ ଆମଦାନୀ ଉପରେ ନିଜର ନିର୍ଭରଶୀଳତାକୁ କମ୍‌ କରିବ। ଆତ୍ମନିର୍ଭର, ଅର୍ଥାତ୍‌ ଭାରତ ଆମଦାନୀ ଖର୍ଚ୍ଚ ଉପରେ ହେବାକୁ ଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ବିଦେଶୀ ମୁଦ୍ରାକୁ ସଞ୍ଚୟ କରିବ। ଆତ୍ମନିର୍ଭର ଭାରତ ଅର୍ଥାତ ଭାରତକୁ ଆମଦାନୀ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଦେଶରେ ହିଁ ଆବଶ୍ୟକ ଉତ୍ସଗୁଡ଼ିକର ବିକଶିତ କରାଯିବ।

- Advertisement -

ମୋଦୀ କହିଥିଲେ, ଆଜି ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ଏକ ବଡ଼ ପଦକ୍ଷେପ ନିଆଯାଉଛି। ଭାରତ ଏହି ବିଶ୍ଵସ୍ତରର ବିପର୍ଯ୍ୟୟକୁ ଅବସରରେ ବଦଳାଇବା ଲାଗି ଅତ୍ୟନ୍ତ ସମ୍ବେଦନଶୀଳ। ଆଜି ଆମେ କେବଳ ଘରୋଇ କ୍ଷେତ୍ର ପାଇଁ କୋଇଲା ଖଣି ନିଲାମର ଶୁଭାରମ୍ଭ କରୁନାହୁଁ, ବରଂ କୋଇଲା କ୍ଷେତ୍ରକୁ ଲକ୍‌ଡାଉନରୁ ବାହାରକୁ ବାହାର କରୁଛୁ। ଖଣିଜ କ୍ଷେତ୍ର ବିନା ଭାରତ ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ। କାରଣ ଖଣିଜ ଏବଂ ଖନନ ଆମ ଅର୍ଥବ୍ୟବସ୍ଥାର ମଜଭୁତ ସ୍ତମ୍ଭ। ଦେଶରେ ୧୬ ଏପରି ଜିଲା ରହିଛି, ଯେଉଁଠି କୋଇଲାର ବଡ଼ ବଡ଼ ଭଣ୍ଡାର ଅଛି। ଏହାର ଫାଇଦା ସେଠାକାର ଲୋକଙ୍କୁ ଯେତିକି ମିଳିବା  କଥା ସେତିକି ମିଳୁନାହିଁ ବୋଲି ମୋଦୀ କହିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories