ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ । ୧୯୯୯ରେ ପାକିସ୍ତାନ ସହ କାର୍ଗିଲ ଯୁଦ୍ଧରେ ଭାରତର ବିଜୟକୁ ୨୫ବର୍ଷ ପୂର୍ତ୍ତି ଅବସରରେ ସବୁଠି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି । ୮୪ଦିନର ଘମାସାନ ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ । କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଦୂଳି ଚଟାଇଥିଲେ ଭାରତୀୟ ସେନା । ଭାରତୀୟ ସେନାର ୫୨୭ ଯବାନ ସହିଦ ହୋଇଥିବା ବେଳେ ୧୩୬୩ଜଣ ଆହତ ହୋଇଥିଲେ । ବୀର ଯବାନଙ୍କ ବଳିଦାନ ଫଳରେ କାର୍ଗିଲର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ପୋତି ବିଜୟ ବାନା ଉଡାଇଥିଲେ ଭାରତୀୟ ସେନା । ଆଜି ଲଦାଖର ଦ୍ରାସରେ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତିନି ସେନାର ମୁଖ୍ୟ । ଉଦବୋଧନ ଦେଇ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ମୋଦୀ । ଏହି ଅବସରରେ ମୋଦୀ କହିଛନ୍ତି ‘ଆମେ କେବଳ ଯୁଦ୍ଧ ଜିତି ନାହୁଁ, ବରଂ ସତ୍ୟ, ସଂଯମତା ଏବଂ ଶକ୍ତି ମଧ୍ୟ ପ୍ରଦର୍ଶନ କରିଛୁ । ସେ କହିଛନ୍ତି ଅତୀତରେ ପାକିସ୍ତାନର ସବୁ ପ୍ରୟାସ ବିଫଳ ହୋଇଥିଲା । କିନ୍ତୁ ପାକିସ୍ତାନ ଇତିହାସରୁ କିଛି ଶିକ୍ଷା କରିଲାନାହିଁ । ଲଦାଖ ହେଉ କିମ୍ବା ଜାମ୍ମୁ କାଶ୍ମୀର ହେଉ ବିକାଶ ପଥରେ ଆସୁଥିବା ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଭାରତ ପରାସ୍ତ କରିବ ।
कारगिल विजय दिवस हमें बताता है कि राष्ट्र के लिए दिए गए बलिदान और देश की रक्षा के लिए अपनी जान की बाजी लगाने वालों के नाम अमिट रहते हैं। pic.twitter.com/iKFcmyg6db
— Narendra Modi (@narendramodi) July 26, 2024



