www.samajalive.in
Saturday, December 6, 2025
15.1 C
Bhubaneswar

ନିର୍ଦ୍ଦେଶକୁ ବିତିଲା ୪ବର୍ଷ ; ତଥାପି ବ୍ୟାଙ୍କ୍‌ ଖାତାରେ ମିଳୁନି ଭତ୍ତା

ହରଭଙ୍ଗା: ସରକାରଙ୍କ ସମସ୍ତ ଜନହିତକର ଯୋଜନାର ସ୍ୱଚ୍ଛତା ଆଣିବା ପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ଜରିଆରେ ଆଧାରବେଶ ପେମେଟଂ ପାଇଁ ସବୁ ବିଭାଗକୁ କଡା ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ସାମାଜିକ ସୁରକ୍ଷା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ପାଖାପାଖି ୧୩ ହଜାର ଭତ୍ତା ହିତାଧିକାରୀ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ପାଇବାରୁ ବଂଚିତ ହେଉଛନ୍ତି।

ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କୁ କିଭଳି ଭତ୍ତା ଟଙ୍କା ସୁବିଧାରେ ମିଳି ପାରିବ ସେ ଦିଗରେ ସରକାର ଦୃଷ୍ଟି ଦେବା ସହ ଗତ ଜାନୁଆରୀ ୨୦୨୦ରୁ ସାମାଜିକ ସୁରକ୍ଷାରେ ଅର୍ନ୍ତଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ଭତ୍ତା ଟଙ୍କା ବ୍ୟାଙ୍କ ଜମା ଖାତାରେ ସିଧାସଳଖ ପ୍ରଦାନ ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ।

- Advertisement -

ସୂଚନା ଅନୁସାରେ ଗତ ନଭେମ୍ବର ୨୦୧୯ରେ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଉପରେ ନୂଆ ନିୟମ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ସଚିବ କଡା ନିର୍ଦ୍ଦେଶ ଦେଇଥିଲେ। ନୂଆ ନିୟମ ଅନୁସାରେ ମଧୁବାବୁ ପେନସନ, ଜାତୀୟସ୍ତର ଭତ୍ତା ପାଉଥିବା ହିତାଧିକାରୀମାନେ ତାଙ୍କ ଭତ୍ତା ଟଙ୍କା ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଆଧାରବେଶ ପେମେଂଟ ଜରିଆରେ ସିଧାସଳଖ ପ୍ରେରଣ କରାଯିବ ପାଇଁ ନିର୍ଦ୍ଦେଶ ରହିଥିଲା।

ପ୍ରଥମେ ଏହି ନିୟମକୁ ୧୫ ଡିସେମ୍ବର ୨୦୧୯ ସୁଦ୍ଧା ମ୍ୟୁନିସିପାଲଟି , ଏନଏସି ଏବଂ ବ୍ଲକ ହେର୍ଡକ୍ୱାର୍ଟର ପଂଚାୟତ ଗୁଡିକରେ ଲାଗୁ କରାଯିବା ପାଇଁ ନିର୍ଦ୍ଦେଶ ରହିଥିଲା। ପରବର୍ତୀ ସମୟରେ ଅର୍ଥାତ୍‌ ଜାନୁଆରୀ ୨୦୨୦ରୁ ସମସ୍ତ ହିତାଧିକାରୀଙ୍କ ଭତ୍ତା ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ପଠାଇବା ପାଇଁ ସାମାଜିକ ସୁରକ୍ଷା ସଚିବ କଡା ନିର୍ଦ୍ଦେଶ ଦେଇଥିଲେ।

ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତୀ ସମୟରେ ସଚିବଙ୍କ ନିର୍ଦ୍ଦେଶକୁ ୪ବର୍ଷ ପୂରିଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ କେବଳ କେନ୍ଦ୍ର ସରକାରଙ୍କ ଇନ୍ଦିରାଗାନ୍ଧୀ ଜାତୀୟ ଭତ୍ତା ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ଜରିଆରେ ଟଙ୍କା ପ୍ରଦାନ କରାଯାଉଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ଅର୍ନ୍ତଭୁକ୍ତ ହଜାର ହଜାର ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ଟଙ୍କା ପ୍ରଦାନ କରାନଯିବା ପଛରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ପୁରୁଣା ଢାଞ୍ଚାରେ ଭତ୍ତା ଟଙ୍କା ବଂଟନ କାର୍ଯ୍ୟ ଚାଲି ଥିବାରୁ କେଉଁଠି ଭତା ଟଙ୍କା ଚୋରି ଘଟଣା ନଜର ଆସୁଥିବା ବେଳେ କେଉଁଠି ମୃତ ବ୍ୟକ୍ତିଙ୍କ ଭତ୍ତା ଟଙ୍କା ହଡପ ଭଳି ସାଂଘାତିକ ଅଭିଯୋଗ ହେଉଛି। ଏଥିପ୍ରତି ସାମାଜିକ ସୁରକ୍ଷା ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ନିୟମ କାର୍ଯ୍ୟକାରୀରେ ଅବହେଳା କରିଥିବା ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି। ତୁରନ୍ତ ଏହି ନିୟମକୁ କଡାକଡି ପାଳନ ଦିଗରେ ବୌଦ୍ଧ ଉପଜିଲ୍ଲାପାଳଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ; ୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories