www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୦୧୮- ସିଓଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୧୮ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବା ଲାଗି ସିଓଲ ଶାନ୍ତି ପୁରସ୍କାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ମାନବତାର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୁର୍ନୀତି ବିିରୋଧୀ ତଥା ସାମାଜିକ ସଂହତି ପ୍ରୟାସ ଜରିଆରେ ଗଣତନ୍ତ୍ରର ବିକାଶକୁ ଆଗେଇ ନେବା ଦିଗରେ ସମର୍ପିତ ପ୍ରୟାସ ଲାଗି ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ୨୦୧୮ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରିବା ଅବସରରେ ପୁରସ୍କାର ସମିତି, ଭାରତୀୟ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ଗୁଡ଼ିକର ଅଭିବୃଦ୍ଧି କ୍ଷେତ୍ରରେ ଯୋଗଦାନ ଏବଂ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ତାରତମ୍ୟ ହ୍ରାସ କରିବା ଲାଗି ‘ମୋଦୀ ଅର୍ଥନୀତି’ର ପ୍ରଚଳନ ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନକୁ ବିବେଚନା କରିଛି। ଦୁର୍ନୀତି ବିରୋଧୀ ପଦକ୍ଷେପ ଏବଂ ବିମୁଦ୍ରୀକରଣ ଜରିଆରେ ସରକାରକୁ ପାରଦର୍ଶୀ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସମିତି ଉଚ୍ଚପ୍ରଶଂସା କରିଛି। ‘ମୋଦୀ ନୀତିସମୂହ (ଡକ୍ଟରାଇନ)’ ଏବଂ ‘ଆକ୍ଟ ଇଷ୍ଟ ନୀତି’ ଜରିଆରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରଗୁଡ଼ିକ ସହ ସକ୍ରିୟ ବୈଦେଶିକ ନୀତି ଜରିଆରେ କ୍ଷେତ୍ରୀୟ ଏବଂ ବିଶ୍ୱ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ମଧ୍ୟ ପୁରସ୍କାର ସମିତି ପ୍ରଶଂସା କରିଛି। ଏହି ପୁରସ୍କାରରେ ସମ୍ମାନିତ ହେବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଚତୁର୍ଦ୍ଦଶ ବିଶିଷ୍ଟ ବ୍ୟକ୍ତି।
ଏହି ସମ୍ମାନଜନକ ପୁରସ୍କାର ଏବଂ କୋରିଆ ସାଧାରଣତନ୍ତ୍ର ସହିତ ଭାରତର ନିବିଡ଼ ସହଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ପୁରସ୍କାରକୁ ସାଦରେ ଗ୍ରହଣ କରିଛନ୍ତି। ଆପୋସ ଭାବେ ନିର୍ଦ୍ଧାରିତ ଉପଯୁକ୍ତ ସମୟରେ ସିଓଲ ଶାନ୍ତି ପୁରସ୍କାର ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ।
୧୯୯୦ ମସିହାରେ କୋରିଆର ସିଓଲରେ ଅନୁଷ୍ଠିତ ଚତୁର୍ବିଂଶ ଅଲିମ୍ପିକ କ୍ରୀଡ଼ାର ସଫଳତା ସ୍ମୃତିରେ ସିଓଲ ଶାନ୍ତି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଏହି କ୍ରୀଡ଼ା ମହାକୁମ୍ଭରେ ସାରା ବିଶ୍ୱରୁ ୧୬୦ଟି ରାଷ୍ଟ୍ର ଅଂଶଗ୍ରହଣ କରିଥିଲେ। ଏହି ପୁରସ୍କାରର ଉଦ୍ଦେଶ୍ୟ ସୌହାର୍ଦ୍ଦ୍ୟ ଏବଂ ବନ୍ଧୁତା ତଥା ବିଶ୍ୱବ୍ୟାପୀ ଏକ ଶାନ୍ତିପୂର୍ଣ୍ଣ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରିବା। କୋରିଆ ଉପଦ୍ୱୀପ ଏବଂ ଅବଶିଷ୍ଟ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ କୋରିଆର ଲୋକମାନଙ୍କ ଆଗ୍ରହକୁ ପ୍ରତିଫଳିତ କରିବା ଲାଗି ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ପ୍ରତି ଦୁଇ ବର୍ଷରେ ଥରେ ସିଓଲ ଶାନ୍ତି ପୁରସ୍କାର ସେହି ବ୍ୟକ୍ତିବିଶେଷ ମାନଙ୍କୁ ଦିଆଯାଇ ଆସୁଛି ଯେଉଁମାନେ ମାନବିକ ସଦଭାବନା, ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବନ୍ଧୁତା ଏବଂ ବିଶ୍ୱଶାନ୍ତି ଦିଗରେ ଯୋଗଦାନ କରିଆସୁଛନ୍ତି। ପୂର୍ବରୁ ବିଶ୍ୱସ୍ତରର ବହୁ ବିଶିଷ୍ଟ ବ୍ୟକ୍ତି ଯଥା: ମଳିତ ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନନ, ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ ଏବଂ ଡକ୍ଟର୍ସ ୱିଦଆଉଟ ବର୍ଡର୍ସ ଓ ଅକ୍ସଫାମ ଭଳି ବିଶିଷ୍ଟ ଅନ୍ତର୍ଜାତୀୟ ରିଲିଫ ସଂସ୍ଥାକୁ ଏହି ପୁରସ୍କାର ଦିଆଯାଇଛି। ସାରା ବିଶ୍ୱରୁ ୧୩ଶହରୁ ଊର୍ଦ୍ଧ୍ବ ନାମାଙ୍କନକାରୀଙ୍କ ଉପଲବ୍ଧିକୁ ବିବେଚନା କରିବା ପରେ ପୁରସ୍କାର ସମିତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚୟନ କରିବା ସହିତ, ତାଙ୍କୁ ୨୦୧୮ ସିଓଲ ଶାନ୍ତି ପୁରସ୍କାର ପାଇଁ ‘ଉପଯୁକ୍ତ ପ୍ରାର୍ଥୀ’ ଭାବେ ଘୋଷଣା କରିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories