www.samajalive.in
Saturday, December 6, 2025
19.1 C
Bhubaneswar

ମୋଦୀନୋମିକ୍ସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସିଓଲ ଶାନ୍ତି ପୁରସ୍କାର ୨୦୧୮

ସିଓଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱ ଅର୍ଥନୀତିକୁ ଅବଦାନ ଏବଂ ଭାରତ ସମେତ ସାରା ବିଶ୍ୱରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ସାମାଜିକ ଓ ଆର୍ଥିକ ତାରତମ୍ୟକୁ ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରଣୟନ, ଦେଶର ବିକାଶ ଓ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ହାସଲକୁ ସିଓଲ ଶାନ୍ତି ପୁରସ୍କାର ସଂଗଠନ ମାନ୍ୟତା ଦେଇଛି ଏବଂ ଶ୍ରୀ ମୋଦୀଙ୍କ ଅର୍ଥନୈତିକ ସଂସ୍କାରକୁ ’ମୋଦୀନୋମିକ୍ସ’ (ମୋଦୀ ଅର୍ଥନୀତି)ରେ ନାମିତ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ସିଓଲ ଶାନ୍ତି ପୁରସ୍କାର ଗ୍ରହଣ କରି ଏହା ସାରା ଭାରତୀୟଙ୍କ ଶ୍ରେୟ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂଜ୍ୟ ବାପୁଜୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ବର୍ଷ ସେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହି ପୁରସ୍କାର ବାବଦରେ ମିଳିଥିବା ୧କୋଟି ୩୦ ଲକ୍ଷ ଟଙ୍କା ନମାମି ଗଙ୍ଗେ ପାଣ୍ଠିକୁ ଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଭାରତର ବିକାଶର କାହାଣୀ କେବଳ ଭାରତ ପାଇଁ ନୁହେଁ ବରଂ ସାରା ବିଶ୍ୱ ପାଇଁ ଏକ ସୁଖବର। ଆମେ ବିଶ୍ୱ ଅର୍ଥନୀତିରେ ଏକ ପ୍ରମୁଖ ଅଂଶ ହୋଇଥିବାରୁ, ଭାରତର ଅର୍ଥନୈତିକ ବିକାଶ ବିଶ୍ୱ ଅର୍ଥନୀତିର ସହଯୋଗୀ ରୂପେ ଉଭା ହୋଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦ ଏବେ ସାରା ବିଶ୍ୱକୁ ତାର କାୟା ବିସ୍ତାର କରୁଛି ଯାହା ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ଏକ ବିରାଟ ପ୍ରଶ୍ନବାଚୀ। କୋରିଆରେ ଶାନ୍ତି ସ୍ଥାପନ ଦିଗରେ ଭାରତର ସହଯୋଗ ନେଇ ସେ ଗର୍ବିତ ବୋଲି କହିବା ସହ ଉଭୟ କୋରିଆ ପକ୍ଷ ଏବଂ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଚାଲିଥିବା ଶାନ୍ତି କଥାବାର୍ତ୍ତାକୁ ଭାରତ ସମର୍ଥନ କରୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଭୂମିକାକୁ ପ୍ରଶଂସା କରି କହିଛନ୍ତି ଯେ ଭାରତ ସଦା ସର୍ବଦା ଅନ୍ୟ ଦେଶ ପ୍ରତି ସାହାଯ୍ୟ ସହଯୋଗର ହାତ ବଢେଇଛି ଏବଂ ବିପଦ ସମୟରେ ସକ୍ରିୟ ଭାବେ ମାନବୀୟ ସହଯୋଗ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଚତୁର୍ଦଶ ସିଓଲ ଶାନ୍ତି ପୁରସ୍କାର ବିଜେତା। ପୂର୍ବରୁ ସଂଯୁକ୍ତ ରାଷ୍ଟ୍ର ମହାସଚିବ କୋଫି ଆନନ, ଜର୍ମାନ ଚାନ୍ସେଲର ଏଞ୍ଜେଲା ମର୍କେଲ ଭଳି ବ୍ୟକ୍ତିତ୍ୱ ଏହି ପୁରସ୍କାରରେ ସମ୍ମାନିତ ହୋଇ ସାରିଛନ୍ତି। ସିଓଲଠାରେ ଆୟୋଜିତ ୨୪ତମ ଅଲିମ୍ପିକ ଖେଳର ସଫଳତା ଉଦ୍ଦେଶ୍ୟରେ ୧୯୯୦ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ତାଙ୍କର ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତ ଶେଷ କରି ଶୁକ୍ରବାର ସନ୍ଧ୍ୟାରେ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories