www.samajalive.in
Saturday, December 6, 2025
26.1 C
Bhubaneswar

୧୦୦ କୋଟି ଛୁଇଁଲା ‘ଗଲି ବୟ’

ମୁମ୍ବଇ : ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ରଣବୀର ସିଂହ-ଆଲିୟା ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଲି ବୟ’ ମୁକ୍ତିଲାଭର ୮ଦିନ ମଧ୍ୟରେ ୧୦୦ କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି। ଯଦି ଚଳଚ୍ଚିତ୍ର ଏହିପରି ବ୍ୟବସାୟ ଜାରି ରଖେ ତେବେ ଖୁବଶୀଘ୍ର ୧୫୦ କୋଟି ଛୁଇଁବ ବୋଲି ଆଶା କରାଯାଉଛି।

ଟ୍ରେଡ଼ ଆନାଲିଷ୍ଟ କରଣ ଆଦର୍ଶଙ୍କ କହିବା ଅନୁସାରେ, ‘ଗଲି ବୟ’ ୮ମ ଦିନରେ ଅର୍ଥାତ୍‍ ଗୁରୁବାର ୪.୮୦ କୋଟି ଟଙ୍କା ଆୟ କରିଛି। ଏହାଦ୍ୱାରା ଚଳଚ୍ଚିତ୍ରର ଆୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦କୋଟି ହୋଇଯାଇଛି। ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ୧୯.୪୦ କୋଟି, ଦ୍ୱିତୀୟ ଦିନରେ ୧୩.୧୦ କୋଟି, ତୃତୀୟ ଦିନରେ ୧୮.୬୫ କୋଟି, ଚତୁର୍ଥ ଦିନରେ ୨୧.୩୦ କୋଟି ଟଙ୍କା ଆୟ କରିଛି। ପଞ୍ଚମ ଦିନରୁ ଏହାର ଆୟ ହ୍ରାସ ପାଇଥିଲା। ଚଳଚ୍ଚିତ୍ର ପଞ୍ଚମ ଦିନରେ ୮.୬୫ କୋଟି, ଷଷ୍ଠ ଦିନରେ ୮.୦୫ କୋଟି, ସପ୍ତମ ଦିନରେ ୬.୦୫ କୋଟି ଆୟ କରିଛି। ଅଷ୍ଟମ ଦିନରେ ଚଳଚ୍ଚିତ୍ର ପ୍ରାୟ ୪.୮୦ ଟଙ୍କାର ଆୟ କରିଛି। ଏହିଭଳି ଭାବେ ଚଳଚ୍ଚିତ୍ର ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୯୫.୨୦ରୁ ୧୦୦ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories