‘ଓପୋ ଏଫ-୯ପ୍ରୋ’ରେ ମିଳିବ ୨ହଜାର ଟଙ୍କାର ରିଆତି

0

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଓପୋ ତାର ସ୍ମାର୍ଟଫୋନ ‘ଓପୋ ଏଫ୍‍-୯ପ୍ରୋ’ର ମୂଲ୍ୟରେ ୨ହଜାର ଟଙ୍କାର ରିଆତି ଦେବାକୁ ଘୋଷଣା କରିଛି। ଏହି ଫୋନକୁ ୨ହଜାର ଟଙ୍କାର ରିଆତି ସହିତ ଉଭୟ ଅଫଲାଇନ ଏବଂ ଅନଲାଇନ ଷ୍ଟୋରରୁ କିଣିପାରିବେ। ଗତବର୍ଷ ଅଗଷ୍ଟରେ ଏହି ଫୋନକୁ ଲଞ୍ଚ କରାଯାଇଥିଲା। ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ବିଓଏସି ଫାଷ୍ଟ ଚାର୍ଜିଙ୍ଗ ସହିତ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ମିଳିଥାଏ।

courtesy-telecom Drive

‘ଓପୋ ଏଫ-୯ ପ୍ରୋ’ର ମୂଲ୍ୟ
ରିଆତି ପରେ ଓପୋ ଏଫ୍‍-୯ପ୍ରୋର ମୂଲ୍ୟ ୧୯ହଜାର ଟଙ୍କା ହୋଇଯାଇଛି। ଏହି ଫୋନର ରିଆତି ବାବଦରେ ମୁୁମ୍ବଇର ମହେଶ ଟେଲିକମ ଟ୍ୱିଟ କରି ଜରାଇଛନ୍ତି। ଓପୋ ଏଫ୍‍-୯ପ୍ରୋରେ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଳେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୩୪୦ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୯.୫:୯ରହିଛି। ଏହାବ୍ୟତୀତ ଫୋନରେ ଡୁଆଲ ସିମ ସପୋର୍ଟ, ଆଣ୍ଡ୍ରଏଡ ଓରିୟୋ ୮.୧, ମିଡିଆଟେକର ଅକ୍ଟାକୋର ହିଲିୟୋ ପି-୬୦ପ୍ରୋସେସର, ୬ଜିବି/୮ଜିବି ରାମ ଏବଂ ୬୪ଜିବି/୧୨୮ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।

courtesy-GSmARENA.COM

ଏହାର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଅଲ ରିୟର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୬ମେଗାପିକ୍ସେଲର ଏଫ/୧.୮ଅଫର୍ଚର ଏବଂ ଅନ୍ୟଟି ୨ମେଗାପିକ୍ସେଲର ଏଫ/୨.୪ଅଫର୍ଚର। ଏହି ଫୋନରେ ସେଲଫି ପାଇଁ ୨୫ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଯାହାର ଅଫର୍ଚର ଏଫ/୨.୦ରହିଛି।
ଫୋନରେ ୩୫୦୦ଏମ୍‍ଏଚର ବ୍ୟାଟେରୀ ରହିଛି ଏବଂ ସଂଯୋଗ ପାଇଁ ଏଥିରେ ଡୁଆଲ ୪ଜି ଭିଓଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି-୪.୨, ଜିପିଏସ୍‍, ମାଇକ୍ରୋ ୟୁଏସବି ଏବଂ ୩.୫ଏମଏମର ହେଡଫୋନ ଜ୍ୟାକ ମିଳିବ। ସବୁଠାରୁ ଖାସ କଥା ହେଉଛି ଫୋନ ସହିତ ଭିଓଓସି ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ମିଳିବ। ଯାହା ସାହର୍ଯ୍ୟରେ ୫ମିନିଟ ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ଦୁଇ ଘଣ୍ଟାର ବ୍ୟାକଅପ୍‍ ଦେବ।

Leave A Reply