ମୋଦୀ-ଆବେ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ କରୋନା ମହାମାରୀ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ଦୁଇ ନେତା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ବାବଦରେ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ କରୋନା ପରବର୍ତ୍ତୀ ପରିସ୍ଥିତିକୁ କିପରି ସମାଧାନ କରାଯିବ ତା’ଉପରେ ଉଭୟ ରାଷ୍ଟ୍ର ଗୁରୁତ୍ୱ ଦେବେ। କରୋନା ପାଇଁ ଉଭୟ ରାଷ୍ଟ୍ରରେ ଏବେ ଲକଡାଉନ ଲାଗି ରହିଛି। ସାମାଜିକ ଦୂରତ୍ୱକୁ ସମାଧାନର ଏକମାତ୍ର ମାର୍ଗ ଭାବେ ବିବେଚନା କରାଯାଉଛି।

Comments are closed.