ଆମେଥିରେ ୫୬୮କୋଟି ଟଙ୍କାର ୧୭ଟି ପ୍ରକଳ୍ପ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଆମେଥିଠାରେ ୫୬୮ କୋଟି ଟଙ୍କାର ୧୭ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି। ଏଥିରେ ରୁଷ୍‍ ସହଯୋଗରେ ଏ.କେ.-୨୦୩ ରାଇଫଲ୍‍ ନିର୍ମାଣ କାରଖାନା ରହିଛି। ଏକ ଜନସମାବେଶରେ ଉଦବୋଧନ ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦୀଙ୍କୁ ଦମନ କରିବାରେ ଏହି ରାଇଫଲ୍‍ ଯବାନମାନଙ୍କୁ ଯଥେଷ୍ଟ ସାହାଯ୍ୟ କରିବ ଏବଂ ଯୁବକମାନଙ୍କୁ ବହୁସଂଖ୍ୟାରେ ନିଯୁକ୍ତି ମିଳିବ। ବିରୋଧୀ ଦଳକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅତ୍ୟାଧୁନିକ ଅସ୍ତ୍ର ପାଇଁ ଦେଶର ସଶସ୍ତ୍ର ବାହିନୀ ୨୦୦୫ ମସିହାରେ ତତ୍କାଳୀନ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ୨୦୦୭ ମସିହାରେ ଆମେଥିଠାରେ ଏକ ଅତ୍ୟାଧୁନିକ ଅସ୍ତ୍ର ନିର୍ମାଣ କାରଖାନାର ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ୨୦୧୦ ପର୍ଯ୍ୟନ୍ତ ତତ୍କାଳୀନ ସରକାର ସେଠାରେ କି ପ୍ରକାର ଅସ୍ତ୍ର ନିର୍ମାଣ ହେବ, ତାହା ସ୍ଥିର କରିପାରି ନ ଥିଲେ। ପରିଶେଷରେ ଏନ୍‍.ଡି.ଏ. ସରକାର ସଶସ୍ତ୍ର ବାହିନୀର ଦାବି ପୂରଣ କରିବାକୁ ଯାଇ ଏହି ଅତ୍ୟାଧୁନିକ କାରଖାନା ନିର୍ମାଣ କରିବାକୁ ସ୍ଥିର କରିଥିଲେ।

Leave A Reply