www.samajalive.in
Sunday, December 14, 2025
16.1 C
Bhubaneswar

ସିଓଲରେ ପ୍ରଧାନମନ୍ତ୍ରୀ ମୋଦୀ : ଆରମ୍ଭ ହେବ ଭାରତ-କୋରିଆ ଷ୍ଟାର୍ଟ-ଅପ୍‍ ହବ୍‍

ସିଓଲ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇ ରାଜଧାନୀ ସିଓଲରେ ପହଞ୍ଚିଛନ୍ତି। ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ପାଇଁ ସେଠାକାର ନେତାମାନଙ୍କ ସହ ଆଲୋଚନା କରିବା ଉଦ୍ଦେଶ୍ୟରେ ଶ୍ରୀ ମୋଦି ଏହି ଗସ୍ତରେ ଅଛନ୍ତି। ଭାରତ ଓ ଦକ୍ଷିଣକୋରିଆ ମଧ୍ୟରେ ଏବେ ବେଶ୍‍ ଭଲ ସଂପର୍କ ରହିଛି। ଉଭୟ ପକ୍ଷର ତୁଙ୍ଗନେତାମାନେ ଦୁଇଦେଶ ଗସ୍ତ କରି ସଂପର୍କକୁ ଏକ ନୂଆ ଶିଖରରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି।
ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଭାରତ-କୋରିଆ ବ୍ୟବସାୟ ସମ୍ପାନରେ ଉଦ୍‍ବୋଧନ ଦେବେ ଏବଂ ଭାରତ-କୋରିଆ ଷ୍ଟାର୍ଟ-ଅପ୍‍ ହବ୍‍ ଆରମ୍ଭ କରିବେ। ଭାରତରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ସେ ବିଭିନ୍ନ କୋରିୟ କମ୍ପାନିଙ୍କୁ ମଧ୍ୟ ପ୍ରବର୍ତ୍ତାଇବେ। ବର୍ତ୍ତମାନ ଦୁଇଦେଶ ମଧ୍ୟରେ ବାର୍ଷିକ ୨୧୦୦ କୋଟି ଡଲାର ମୂଲ୍ୟର ବାଣିଜ୍ୟ କାରବାର ହେଉଛି। ଏହାକୁ ୨୦୩୦ ସୁଦ୍ଧା ୫୦୦୦ କୋଟି ଡଲାରରେ ପହଞ୍ଚାଇବା ପାଇଁ ଉଭୟ ପକ୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କିହ୍ମାହେ ନଗରୀର ମେୟରଙ୍କୁ ଭେଟିବେ। ଐତିହାସିକ ଅଯୋଧ୍ୟା ନଗରୀ ସହ ଏହି ନଗରୀର ପ୍ରାଚୀନ ସଂପର୍କ ଥିଲା ବୋଲି ବିଶ୍ୱାସ କରାଯାଏ।
ସିଓଲ୍‍ସ୍ଥିତ ୟୋନ୍‍ସେଇ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ସେ ଦକ୍ଷିଣ କୋରିଆରେ ବସବାସ କରୁଥିବା ଭାରତୀୟମାନଙ୍କୁ ଉଦ୍‍ବୋଧନ ଦେବେ ଓ ସେଠାକାର ରାଷ୍ଟ୍ରପତି ମୁନ୍‍ଙ୍କ ସହ ଆସନ୍ତାକାଲି ଆଲୋଚନା କରବାର କାର୍ଯ୍ୟକ୍ରମ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories