www.samajalive.in
Sunday, December 14, 2025
16.1 C
Bhubaneswar

୮୫୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବ ସାଉଦି ଆରବ

ନୂଆଦିଲ୍ଲୀ: ସାଉଦି ଆରବର ବିଭିନ୍ନ ଜେଲରେ ବନ୍ଦୀ ଥିବା ୮୫୦ ଭାରତୀୟ ମୁକ୍ତ ହେବେ। ସାଉଦି ଆରବ ଯୁବରାଜ ମହମ୍ମଦ ବିନ ସଲମାନଙ୍କ ଭାରତ ଗସ୍ତ ପରେ ତାଙ୍କ ଦେଶରେ ଥିବା ଭାରତୀୟ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଭାରତୀୟ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ନିବେଦନ କରିଥିଲେ। ଏହାପରେ ସାଉଦି ଆରବ ଏ ଦିଗରେ ପଦକ୍ଷେପ ନେଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି। ଏହାବ୍ୟତୀତ ହଜ ତୀର୍ଥଯାତ୍ରୀଙ୍କ ପାଇଁ ରହିଥିବା କୋଟାକୁ ମଧ୍ୟ ସାଉଦି ଯୁବରାଜ ବୃଦ୍ଧି କରିଛନ୍ତି। ପୂର୍ବରୁ ଭାରତ ପାଇଁ କୋଟା ୧ ଲକ୍ଷ ୭୫ ହଜାର ଥିବା ବେଳେ ଏହାକୁ ୨ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ସାଉଦି ଯୁବରାଜ ଏହା ପୂର୍ବରୁ ପାକିସ୍ତାନ ଗସ୍ତ କରିଥିବା ବେଳେ ସାଉଦି ଜେଲରେ ଥିବା ୨୦୦୦ ପାକିସ୍ତାନୀ ବନ୍ଦୀଙ୍କୁ  ମୁକ୍ତ କରିବା ଲାଗି ଘୋଷଣା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories