www.samajalive.in
Saturday, December 6, 2025
14.1 C
Bhubaneswar

ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାରିପଦା :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରିପଦାଠାରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଉଦଘାଟନ କରିଛନ୍ତି।
ବାରିପଦାଠାରେ ସେ ବାଲେଶ୍ୱର ହଳଦିଆ-ଦୁର୍ଗାପୁର ସେକ୍ସନ ଏଲପିଜି ପାଇପଲାଇନ ପ୍ରକଳ୍ପ ଏବଂ ବାଲେଶ୍ୱର ବହୁମୂଖୀ ଲଜିଷ୍ଟିକ ପାର୍କର ଲୋକାର୍ପଣ କରିଛନ୍ତି ।  ଭାରତୀୟ ତୈଳ ନିଗମ ପକ୍ଷରୁ ଏହି ଏଲପିଜି ପାଇପଲାଇନ ନିର୍ମାଣ କରାଯାଉଛି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ହରିପୁରଗଡ ଠାରେ ଥିବା ଐତିହାସିକ ଦୁର୍ଗର ରସିକରାୟ ମନ୍ଦିରର ବିକାଶ ଓ ସଂରକ୍ଷଣ କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି । ସେ ଏହି ଅବସରରେ ରାଜ୍ୟର ୬ଟି ପାସପୋର୍ଟ ସେବା କେନ୍ଦ୍ର ଉଦଘାଟନ କରିବା ସହ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି। ଟାଟାନଗର-ବାଦାମପାହାଡ ମଧ୍ୟରେ ଦ୍ୱିତୀୟ ପାସେଞ୍ଜର ଟ୍ରେନର ଚଳାଚଳକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।  ପରେ ସେ ବାରିପଦାଠାରେ ଏକ ଜନସଭାରେ ଉଦ୍‍ବୋଧନ ଦେଉଛନ୍ତି।

ଏହି ଗସ୍ତକାଳରେ ସେ ଓଡ଼ିଶା ପାଇଁ ପ୍ରାୟ ୫,୩୯୯ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି।  ଏହି ଅବସରରେ ମୋଦୀ ରାଜ୍ୟରେ ୪ ଲେନ୍ ବିଶିଷ୍ଟ ରାଜମାର୍ଗ, ଓଡ଼ିଶା ଦେଇ ଯିବାକୁ ଥିବା ପ୍ରମୁଖ ଏଲ୍‌ପିଜି ପାଇପଲାଇନର ଲୋକାର୍ପଣ, ଯାତ୍ରୀବାହୀ ଟ୍ରେନର ଚଳାଚଳ ଆରମ୍ଭ ଓ ରେଳଲାଇନର ଦୋହରୀକରଣ, ପାସ୍‍ପୋର୍ଟ ସେବା କେନ୍ଦ୍ର, ବାଲେଶ୍ୱରରେ ମଲ୍ଟି ମୋଡାଲ ଲଜିଷ୍ଟିକ୍ ହବ୍ ଏବଂ ହରିପୁରଗଡ଼ର ଐତିହାସିକ ସ୍ଥଳର ସଂରକ୍ଷଣ ଆଦି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।
୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ସେହିଭଳି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ଅନ୍ତର୍ଗତ ଭାରତୀୟ ତୈଳ ନିଗମ ଲିମିଟେଡ୍‍ର ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍ପିଜି ପାଇପଲାଇନ ପ୍ରକଳ୍ପର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍‍ସନ୍‍ର ଲୋକାର୍ପଣ କରାଯାଇଛି। ୧,୦୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୫୧୩ କିମି ବିଶିଷ୍ଟ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ପାଇପ୍‍ଲାଇନ୍‍ ପ୍ରକଳ୍ପ ହେଉଛି ପୂର୍ବ-ଭାରତରେ ଇଣ୍ଡିଆନ୍ ଅଏଲ୍ ଦ୍ୱାରା ସ୍ଥାପିତ କରାଯାଉଥିବା ପ୍ରଥମ ଏଲପିଜିପି ପାଇପଲାଇନ। ପ୍ରଧାନମନ୍ତ୍ରୀ  ଟାଟାନଗରରୁ ବାଦାମପାହାଡ଼ ମଧ୍ୟରେ ଦ୍ୱିତୀୟ ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି।  ସେହିପରି ନାରଣପୁର-ବସନ୍ତପୁର ଏବଂ ଚିଲିକିଦରା-ଶଗଡ଼ପଟା ଲାଇନ ଦୋହରୀକରଣର ଲୋକାର୍ପଣ କରିଛନ୍ତି ।  ବାଲେଶ୍ୱରଠାରେ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ ଏବଂ ପ୍ରଧାନମନ୍ତ୍ରୀ  ମୋଦୀ ହରିପୁରଗଡ଼ ପ୍ରାଚୀନ ଦୁର୍ଗଠାରେ ସ୍ଥାପତି ଖନନ ଏବଂ ରସିକରାୟ ମନ୍ଦିରର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବିତ ପାସପୋର୍ଟ ସମ୍ବନ୍ଧୀୟ ସେବା କେନ୍ଦ୍ରର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହି ସେବା କେନ୍ଦ୍ର ଭଦ୍ରକ, କଟକ, ଯାଜପୁର, ଆସ୍କା, କେନ୍ଦୁଝର ଏବଂ ଢେଙ୍କାନାଳର ଡାକଘରଗୁଡିକରେ କାର୍ଯ୍ୟ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories