www.samajalive.in
Saturday, December 6, 2025
23.1 C
Bhubaneswar

ପୁଣି ଅଡ଼ୁଆରେ ଅନିଲ୍‍

ନୂଆଦିଲ୍ଳୀ: ରାଫେଲ୍‍ ଚୁକ୍ତିରେ ଅଫସେଟ୍‌ ପାର୍ଟନର ପ୍ରସଙ୍ଗରେ ବିବାଦରେ ଫସିଥିବା ଅନିଲ୍‍ ଅମ୍ବାନୀ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ବକେୟା ଦେୟ ପ୍ରଦାନରେ ବିଳମ୍ବ କରୁଥିବା ଅନିଲ୍‍ ଅମ୍ବାନୀଙ୍କ ପରିଚାଳନାରେ ଥିବା ରିଲାଏନ୍ସ କମ୍ୟୁନିକେସନ୍‍ ଲିମିଟେଡ୍‍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଏରିକସନ୍‍ ଇଣ୍ଡିଆ ପ୍ରାଇଭେଟ୍‍ ଲିମିଟେଡ୍‍ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏରିକସନ୍‍ ଇଣ୍ଡିଆ ପ୍ରା ଲି.କୁ ଆରକମ୍‍ ୫୫୦ କୋଟି ଟଙ୍କାର ବକେୟା ରଖିଛି। ବକେୟା ଆଦାୟ ପାଇଁ ଏହା ପୂର୍ବରୁ ମଧ୍ୟ ଏରିକସନ୍‍ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଇଥିଲା।
ସୁପ୍ରିମକୋର୍ଟରେ ଏରିକ୍‍ସନ୍‍ ଦାୟର କରିଥିବା ଆବେଦନରେ ରିଲାଏନ୍ସ ଟେଲିକମ୍‍ ଲିମିଟେଡ୍‍ର ଅଧ୍ୟକ୍ଷ ସତୀଶ ସେଠ ଓ ରିଲାଏନ୍ସ ଇନ୍‍ଫ୍ରାଟେଲ ଲିମିଟେଡ୍‍ର ଅଧ୍ୟକ୍ଷ ଛାୟା ବିରାନୀଙ୍କ ପାସପୋର୍ଟ ରଦ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ନିର୍ଦେଶ ଦେବାକୁ ଓ ବକେୟା ପ୍ରଦାନ ନ କରିବା ପର୍ଯ୍ୟନ୍ତ ଜେଲ୍‍ରେ ରଖିବାକୁ ଅନୁରୋଧ କରାଯାଇଛି। ସୁଧ ସମେତ ବକେୟା ରାଶି ଗତ ଡିସେମ୍ବର ୧୫ ତାରିଖ ସୁ୍‍ଦ୍ଧା ପରିଶୋଧ କରିବା ପାଇଁ ଗତ ଅକ୍ଟୋବର ୨୩ ତାରିଖରେ ସୁପ୍ରିମକୋର୍ଟ ଆରକମ୍‍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ଅଦ୍ୟାବଧି ତାହା ପରିଶୋଧ କରାଯାଇ ନାହିଁ। ସୂଚନାଯୋଗ୍ୟ, ଆରକମ୍‍ର ଟେଲିକମ୍‍ ସେବାକୁ ସମଗ୍ର ଦେଶରେ ପରିଚାଳନା କରିବା ପାଇଁ ଏରିକସନ୍‍ ସହିତ ୨୦୧୪ରେ ଆରକମ୍‍ ସହିତ ୭ ବର୍ଷିଆ ଚୁକ୍ତି କରିଥିଲା। ଦେୟ ପ୍ରଦାନରେ ଖିଲାପ ହେବାରୁ ଏରିକସନ୍‍ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲା। ମୋଟ ଦେୟ ୧୫୦୦ କୋଟି ଟଙ୍କା ୫୫୦ କୋଟି ଟଙ୍କାକୁ ହ୍ରାସ କରିବାକୁ ଏରିକସନ୍‍ ପ୍ରସ୍ତୁତ ଥିବା ସୁପ୍ରିମକୋର୍ଟ ଗତ ବର୍ଷ ମେ’ ମାସରେ ସ୍ପଷ୍ଟ କରିଥିଲେ। ଏହାପରେ ସ୍ପେକ୍ଟ୍ରମ୍‍ ସହିତ ଫାଇବର, ଟେଲିକମ୍‍ ଟାୱାର ଆଦି ୨୫୦୦୦ କୋଟି ଟଙ୍କାର ଭିତ୍ତିଭୂମି ବିକ୍ରି କରିବା ପାଇଁ ଗତ ବର୍ଷ ଅଗଷ୍ଟ, ୩ ତାରିଖରେ ସୁପ୍ରିମକୋର୍ଟ ଆରକମ୍‍କୁ ଅନୁମତି ଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories