www.samajalive.in
Monday, December 15, 2025
14.1 C
Bhubaneswar

ଲାଲକିଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଆଜି ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦିଲ୍ଲୀ ଲାଲକିଲାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଅପରେସନ ‘ସିନ୍ଦୂର’ର ୧୦୦ ଦିନ ପୂର୍ତ୍ତିକୁ ସ୍ମରଣ କରି ଭାରତୀୟ ଯବାନଙ୍କ ପରାକାଷ୍ଠାକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ସାରା ଦେଶରେ ମାତୃଭୂମିର ଜୟଗାନ ହେଉଛି। ସ୍ଵାଧୀନତାର ଏହି ପର୍ବ ଗୌରବର ପର୍ବ। ସ୍ଵାଧୀନତାର ପର୍ବ ୧୪୦ କୋଟି ଭାରତୀୟଙ୍କ ସଙ୍କଳ୍ପର ପର୍ବ। ଏହି ଦିବସରେ ଆମ ସମ୍ବିଧାନ ନିର୍ମାତାମାନଙ୍କୁ କୋଟି ନମନ ବୋଲି କହିଥିଲେ।

- Advertisement -

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେଠାରୁ ଲାଲକିଲାରେ ପହଞ୍ଚି ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ଆକାଶମାର୍ଗରୁ ହେଲିକପ୍ଟର ଜରିଆରେ ପୁଷ୍ପବର୍ଷା କରାଯାଇଥିଲା।

ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ୨୫ ହଜାର ଅତିଥି ସାମିଲ ହୋଇଛନ୍ତି। ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରା କରି ସଂସ୍କୃତି ଓ ପରମ୍ପରାର ଝଲକ ଦେଖାଇବା ସହିତ ଅତିଥିଙ୍କ ମନୋରଞ୍ଜନ କରାଇବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories