www.samajalive.in
Saturday, December 6, 2025
15.1 C
Bhubaneswar

ମୋଦୀଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କର ପଞ୍ଚରାଷ୍ଟ୍ରୀୟ ଗସ୍ତ ଆରମ୍ଭ କରିଥିବାବେଳେ ଘାନାରେ ପହଞ୍ଚିଛନ୍ତି। ଘାନା ରାଷ୍ଟ୍ରପତି ଜନ ଦ୍ରାମାନି ମାହାମାଙ୍କ ବିମାନବନ୍ଦରରେ ମୋଦୀଙ୍କୁ ସ୍ବାଗତ କରିଥିବାବେଳେ ତାଙ୍କୁ ୨୧ ତୋପ ସଲାମି ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାରେ ମିଳିଛି ସର୍ବୋଚ୍ଚ ବେସାମରିକ ସମ୍ମାନ। ଦ ଅଫିସର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍‌ ଅଫ୍ ଘାନାରେ ସମ୍ମାନୀତ କରିଛନ୍ତି ଘାନା ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୪ଟି ଚୁକ୍ତିି ସ୍ଵାକ୍ଷରିତ ହୋଇଛି। ତେବେ ଘାନା ପରେ ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଓ ଟବାଗୋ ଯାତ୍ରା କରିବେ। ଏହି ରାଷ୍ଟ୍ରରେ ଅଧିକାଂଶ ଭାରତୀୟ ବଂଶୋଦ୍ଭବ ବାସ କରୁଥିବାବେଳେ ଦୁଇ ଦେଶ ମଧ୍ୟରେ ସୁଦୃଢ ଐତିହାସିକ ଓ ସାସ୍କୃତିକ ସମ୍ପର୍କ ରହିଛି। ଜୁଲାଇ ୪ରେ ମୋଦୀ ଆର୍ଜେଣ୍ଟିନା ଅଭିମୁଖେ ଯାତ୍ରା କରିବେ। ୫୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଆର୍ଜେଣ୍ଟିନା ଗସ୍ତ। ଏହି ଗସ୍ତକାଳରେ ଦୁଇ ଦେଶ ମଧ୍ୟରେ ଏକାଧିକ ବାଣିଜ୍ୟିକ ରାଜିନାମା ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ ୬ରେ ମୋଦୀ ବ୍ରାଜିଲରେ ପହଞ୍ଚିବେ। ସେଠାରେ ଆୟୋଜିତ ହେବାକୁ ଥିବା ବ୍ରିକ୍‌ସ ସମ୍ମିଳନୀକୁ ସେ ସମ୍ବୋଧିତ କରିବେ। ଏହାପରେ ସେ ଆଫ୍ରିକୀୟ ରାଷ୍ଟ୍ର ନାମ୍ବିଆ ଗସ୍ତ କରି ୧୦ରେ ସ୍ବଦେଶ ଫେରିବେ ବୋଲି ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories