www.samajalive.in
Monday, December 15, 2025
16.1 C
Bhubaneswar

ସରପଞ୍ଚମାନଙ୍କୁ ସମ୍ବୋଧିକ କଲେ ପ୍ରଧାନମନ୍ତ୍ରୀ: ‘୨ ଗଜ ଦୂରତା’ ବଜାୟ ରଖିବାକୁ ଦେଶବାସୀଙ୍କୁ ନିବେଦନ

ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସରପଞ୍ଚମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରପଞ୍ଚମାନଙ୍କୁ ସମ୍ବୋଧିତ କରି କହିଥିଲେ, କରୋନା ଭୂତାଣୁ ଆମର କାମ କରିବାର ପଦ୍ଧତିକୁ ବଦଳାଇ ଦେଇଛି। ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଏହା ସହିତ ପ୍ରଧାନମନ୍ତ୍ରୀ କରୋନା ବିରୋଧୀ ଲଢ଼େଇ ପାଇଁ ‘ଦୁଇ ଗଜର ଦୂରତା’ ଜରୁରୀ ବୋଲି ସରପଞ୍ଚମାନଙ୍କୁ ପରାମର୍ଶ ଦେଇଥିଲେ। ଲୋକଙ୍କୁ ଏ ବିଷୟରେ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଦେଶର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ସେମାନଙ୍କ ସମସ୍ୟା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। କରୋନା ଭୂତାଣୁର ମୁକାବିଲା ପାଇଁ ସେମାନେ କିପରି ପଦକ୍ଷେପ ନେଉଛନ୍ତି ତାହା କହିଛନ୍ତି। ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିବା ସହିତ କରୋନା ମୁକାବିଲାରେ ଗ୍ରାମଞ୍ଚାୟତଗୁଡ଼ିକର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ଏହି ଅବସରରେ ଇ ଗ୍ରାମ  ସ୍ବରାଜ ପୋର୍ଟାଲ, ମୋବାଇଲ ଆପ୍‌ ଏବଂ ସ୍ବାମୀତ୍ଵ ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories