www.samajalive.in
Saturday, December 6, 2025
23.1 C
Bhubaneswar

ସୁପର ସ୍ପ୍ରେଡର୍ ହେବେ କି ୮୩ ନମ୍ବର ଆକ୍ରାନ୍ତ ?

ଭୁବନେଶ୍ଵର: ଓଡ଼ିଶାରେ କରୋନା ଭୂତାଣୁ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦ରେ ପହଞ୍ଚିଚି। ତେବେ ୮୩ ନଂ କରୋନା ଆକ୍ରାନ୍ତଙ୍କ(୩୮ ବର୍ଷ ବୟସ୍କ ଯୁବକ)ଙ୍କୁ ନେଇ ଏବେ ନାନା ଆଶଙ୍କା ପ୍ରକାଶ ପାଇଛି। ଏହି ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ ପ୍ରକାଶ ପାଇବା ପରେ ସେ ସୁପର ସ୍ପ୍ରେଡର୍ ହେବେ କି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଘର ଯାଜପୁର ଜିଲାର ଦଶରଥପୁର ଅନ୍ତର୍ଗତ ଆକରପଡ଼ାରେ । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ତାଙ୍କ ଟ୍ରାଭେଲ ହିଷ୍ଟ୍ରୀ ଅନୁସାରେ ଗତ ମାର୍ଚ୍ଚ ୩୦ ତାରିଖରେ ସେ ପଶ୍ଚିମବଙ୍ଗ ହାୱଡ଼ା ମଂଗଳା ହାଟରୁ ୧୧ଜଣ  ଯାତ୍ରୀଙ୍କ ସହ ଏକ ଗାଡ଼ିରେ ଆସିଥିଲେ । ୩ଜଣ ଭଦ୍ରକରେ ଓହ୍ଲାଇଥିଲେ । ବାକି ୮ଜଣ ଯାଜପୁର ସହରର କିଆଁନାଳିକୂଳରେ ପହଞ୍ଚିଥିଲେ । ଏହା ପରେ ସେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ମାର୍ଚ୍ଚ ୩୦ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ନିଜ ଘରେ କ୍ୱାରେଣ୍ଟାଇନରେ ଥିଲେ । ୧୫ ତାରିଖରୁ ସେ ବୁଲାବୁଲି ଆରମ୍ଭ କରି ଦେଇଥିଲେ । ୧୫ରୁ ୨୧ ଏପ୍ରିଲ ଭିତରେ ସେ ଗାଁରେ  ବୁଲିବା ସହିତ ନିଜ ଘରର ନିର୍ମାଣ କାମ କରିଥିଲେ । ଖାଲି ସେତିକି ନୁହେଁ, ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଶାଖାକୁ ବି  ଯାଇଥିଲେ । ତେବେ ଗତ ୧୫ରୁ ୨୧ ତାରିଖ ଭିତରେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ସୂଚନା ସରକାର ଦେଇନାହାନ୍ତି ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories