www.samajalive.in
Saturday, December 13, 2025
27.1 C
Bhubaneswar

ବିଶ୍ୱକୁ ସହାୟକ ହେବ ଭାରତ-ଡେନମାର୍କ ଆଲୋଚନା: ମୋଦୀ

 

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଡେନ୍‍ମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟି ଫ୍ରେଡ୍‍ରିକ୍ସନଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ମାସ ପୂର୍ବରୁ ଫୋନରେ ଆମର ବହୁତ ଫଳପ୍ରଦ କଥାବାର୍ତ୍ତା ହୋଇଥିଲା। ଆମେ ଅନେକ କ୍ଷେତ୍ରରେ ଭାରତ ଏବଂ ଡେନମାର୍କ ମଧ୍ୟରେ ସହଯୋଗ ବୃଦ୍ଧି ବିଷୟରେ ଆଲୋଚନା କରିଥିଲୁ। ଏହା ଏକ ଖୁସିର ବିଷୟ ଯେ ଆଜି ଆମେ ଏହି ଭର୍ଚୁଆଲ୍ ସମ୍ମିଳନୀ ମାଧ୍ୟମରେ ଏହି ଉଦ୍ଦେଶ୍ୟକୁ ନୂତନ ସଂକଳ୍ପ ଦେଉଛୁ।

ଫ୍ରେଡ୍‍ରିକ୍ସନଙ୍କ ସହ ଆଲୋଚନା ବେଳେ ମୋଦୀ କହିଛନ୍ତି ଯେ ବିଗତ ଅନେକ ମାସର ଘଟଣା ସ୍ପଷ୍ଟ କରିଦେଇଛି ଯେ ଆମ ଭଳି ସମାନ ଚିନ୍ତାଧାରା ବିଶିଷ୍ଟ ଦେଶଗୁଡିକ ଏକାଠି କାମ କରିବା କେତେ ଆବଶ୍ୟକ ଏବଂ ଏହା ଏକ ନିୟମ-ଆଧାରିତ, ସ୍ୱଚ୍ଛ, ମାନବିକ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ସହ କାର୍ଯ୍ୟ କରିଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ଦର୍ଶାଇଛି ଯେ ବିଶ୍ୱ ଯୋଗାଣ ଶୃଙ୍ଖଳା କୌଣସି ଗୋଟିଏ ଉତ୍ସ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ବିପଦପୂର୍ଣ୍ଣ। ଯୋଗାଣ-ଶୃଙ୍ଖଳା ବିବିଧତା ଏବଂ ସ୍ଥିରତା ପାଇଁ ଭାରତ ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ମିଳିତ ଭାବରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ସମ ଚିନ୍ତାଧାରା ବିଶିଷ୍ଟ ଦେଶ ମଧ୍ୟ ଏହି ପ୍ରୟାସରେ ଯୋଗ ଦେଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଲୋଚନା ସମୟରେ ମୋଦୀ କହିଛନ୍ତି ଯେ ଏହି ଭର୍ଚୁଆଲ୍ ସମ୍ମିଳନୀ କେବଳ ଭାରତ-ଡେନମାର୍କ ସମ୍ପର୍କ ପାଇଁ ଉପଯୋଗୀ ପ୍ରମାଣିତ ହେବ ନାହିଁ, ବରଂ ବିଶ୍ୱ ସ୍ତରୀୟ ଆହ୍ୱାନ ପ୍ରତି ଏକ ସାଧାରଣ ଆଭିମୁଖ୍ୟ ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ।

ଏହି ଅବସରରେ ଦୁଇଦେଶ ମଧ୍ୟରେ ବୌଦ୍ଧିକ ସମ୍ପତ୍ତି କ୍ଷେତ୍ରରେ ସହଯୋଗ ସମ୍ବନ୍ଧୀୟ ଏକ ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଛି। ସୂଚନାଯୋଗ୍ୟ ଯେ ଭାରତ ଓ ଡେନ୍‍ମାର୍କ ମଧ୍ୟରେ ୨୦୧୯ ସୁଦ୍ଧା ସାମଗ୍ରୀ ଓ ସେବା କ୍ଷେତ୍ରରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପରିମାଣ ୩୬୮ କୋଟି ଡଲାରକୁ ବୃଦ୍ଧି ପାଇଛି, ଯେତେବେଳେ କି ୨୦୧୬ରେ ଏହା ୨୮୨ କୋଟି ଡଲାର ଥିଲା। ଭାରତରେ ୨୦୦ରୁ ଅଧିକ ଡେନମାର୍କର କମ୍ପାନି ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ କରିଛନ୍ତି। ସେହି କମ୍ପାନିଗୁଡ଼ିକ ଜାହାଜ ନିର୍ମାଣ, ପୁନର୍ବ୍ୟବହାରକ୍ଷମ ଶକ୍ତି, ପରିବେଶ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଓ ସହରାଞ୍ଚଳ ବିକାଶ ଭଳି କ୍ଷେତ୍ରରେ ପୁଞ୍ଜି ନିବେଶ କରିଛନ୍ତି। ସରକାରଙ୍କ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଡେନମାର୍କର ବହୁ କମ୍ପାନୀ ଭାରତରେ କାରଖାନାମାନ ସ୍ଥାପନ କରିଛନ୍ତି। ଡେନମାର୍କର ଆଇଟି, ପୁନର୍ବ୍ୟବହାରକ୍ଷମ ଶକ୍ତି ଓ ଇଞ୍ଜିନିୟରିଂ କ୍ଷେତ୍ରରେ ୨୫ରୁ ଅଧିକ ଭାରତୀୟ କମ୍ପାନି ପୁଞ୍ଜି ନିବେଶ କରିଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories