ମୋଧେରା ଦେଶର ପ୍ରଥମ ସୌର ଶକ୍ତି ଗ୍ରାମ

ଗାନ୍ଧିନଗର : ଗୁଜରାଟ ମେହସାନ ଜିଲାର ମୋଧେରା ଦେଶର ପ୍ରଥମ ସୌର ଶକ୍ତି ସମ୍ପନ୍ନ ଗ୍ରାମ ଘୋଷିତ ହୋଇଛି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଧେରାକୁ ସୌର ଶକ୍ତି ସମ୍ପନ୍ନ ଗ୍ରାମ ଭାବେ ଘୋଷଣା କରିଛନ୍ତି । ଶହେ ବର୍ଷର ପୁରୁଣା ସୂର୍ଯ୍ୟ ମନ୍ଦିର ପାଇଁ ମୋଧେରା ଗ୍ରାମ ପ୍ରସିଦ୍ଧ । ଏହି ମନ୍ଦିରକୁ ଚାଲୁକ୍ୟ ବଂଶର ରାଜା ନିର୍ମାଣ କରିଥିଲେ । ଏହି ଅବସରରେ ଆୟୋଜିତ ଶୋଭାଯାତ୍ରାକୁ ସମ୍ବୋଧନ କରି ମୋଦୀ କହିଛନ୍ତି ଯେ ଆମେ ଆଉ ବିଦ୍ୟୁତ୍ ଶକ୍ତି ପାଇଁ ଅର୍ଥ ଦେବାକୁ ପଡିବ ନାହିଁ । ବରଂ ବିଦ୍ୟୁତ୍ ଶକ୍ତି ବିକ୍ରି କରି ସେଥିରୁ ଅର୍ଥ ଉପାର୍ଜନ କରିବୁ । ସେ କହିଛନ୍ତି ଯେ ମେହସାନ ସମେତ ଗୁଜରାଟର ଉତ୍ତରାଞ୍ଚଳରେ ବିକାଶର ନୂଆ ଯାତ୍ରା ଆରମ୍ଭ ହୋଇଛି । ବିଜୁଳି ଠାରୁ ଆରମ୍ଭ କରି ରାସ୍ତା, ପାଣି ଓ ରେଳ ଚଳାଚଳର ବିକାଶ ଏଠାରେ ଦେଖିବାକୁ ମିଳିଛି । ମୋଧେରା ଗ୍ରାମରେ ଏକ ଗ୍ରାଉଣ୍ଡ ମାଉଣ୍ଟେଡ୍‌ ସୋଲାର ପ୍ଲାଣ୍ଟ ରହିଥିବାବେଳେ ୧୩୦୦ ରୁଫ୍‌ଟପ୍ ସୋଲାର ସିଷ୍ଟମ୍ ରହିଛି। ପ୍ରତି ସୋଲାର ପ୍ଳାଣ୍ଟରୁ ୧ କେଭି ବିଦ୍ୟୁତ୍ ଉତ୍ପାଦିତ ହେଉଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୮୦ କୋଟି ଟଙ୍କା ନିବେଶ କରିଛନ୍ତି । ଏହାଦ୍ବାରା ଗ୍ରାମବାସୀ ୬୦ରୁ ୧୦୦ ପ୍ରତିଶତ ବିଦ୍ୟୁତ୍ ବିଲ୍ ବଞ୍ଚାଇପାରିବେ। ପ୍ରଧାନମନ୍ତ୍ରୀ ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ୧୪,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବେ।

kalyan agarbati

Comments are closed.